STORYMIRROR

Akhila Padhi

Inspirational Others Children

4  

Akhila Padhi

Inspirational Others Children

ମାତ୍ରା ମଞ୍ଜୁଷା

ମାତ୍ରା ମଞ୍ଜୁଷା

1 min
4

— କ —
କହିବି କହିବି ବୋଲି ଯାହା ମୁଁ ଭାବୁଛି
କାହାକୁ କହିବି ଅବା ବିଚାରୁଛି ବସି
କି କଥା ସେ ଯେ ପୁଣି ସବୁକୁ ଅଜଣା
କୀର୍ତ୍ତି କାଳିମା ମିଶା ଗଭୀର ଚେତନା
କୁବେରର ବସା ସମ ମୋହରି ଭାବନା
କୂଳ ତାର ନାହିଁ କାହିଁ ଅଥଳ ସପନା
କେଉଁ ଗିରି କନ୍ଦରରୁ ଆସୁଅଛି ବୋହି
କୈଶୋରର ସ୍ମୃତି ଯେବେ ମନେପଡ଼ି ଯାଇ
କୋଟିଏ ସ୍ମୃତିର ଛବି ବୁକୁରେ ସାଉଁଟି
କୌତୁକରେ ଖାଲି ଆଜି ଯାଉଅଛି ଘୋଟି
— ଖ —
ଖଗ ଅବା ଉଡ଼ିଯାଏ ସୁଦୂର ଗଗନେ
ଖାଲି ଯାହା ଛାଡ଼ିଯାଏ ଭଗ୍ନ ବସା ବନେ
ଖିଲି ହସ ବୁହା ମୁହଁ ନୟନେ ଝଟକେ
ଖୀର-ନୀର ପରି ସ୍ମୃତି ହୃଦୟେ ଅଟକେ
ଖୁସି ଯେତେ ଯେମିତିକି ପଡ଼ିଅଛି ବନ୍ଧା
ଖୂରାଖୋଜା ମନ ମୋର ଖୋଜୁଅଛି ଛନ୍ଦା
ଖେଳ ଘର ଭାଙ୍ଗିଗଲେ ମନ ନାହିଁ ଥୟ
ଖୈର କାଠ ପରି ଛାତି ହୁଏ ଅବା କ୍ଷୟ
ଖୋଜୁଥିବା ରଙ୍ଗ ଆଜି ଲିଭିଗଲା କାହିଁ
ଖୌଳା ମନ ଶାନ୍ତ ହେବ କାହା ବୁକେ ଯାଇ
— ଗ —
ଗଲା କାଳ ଯେତେ ସବୁ ସ୍ମୃତି ହୋଇ ଘାରେ
ଗାଇଯାଏ କେତେ ଗୀତ ସେଇ ସ୍ମୃତି ସୁରେ
ଗିର କିନ୍ତୁ ଶୁଣେ ଖାଲି ଶବ୍ଦ ରାଗ ସିନା
ଗୀତି ତଳେ ଲୁଚି ରହେ ହୃଦୟ ଭାବନା
ଗୁମ୍ଫା ବୁକେ ଯେମିତି କି ହଜିଛି ତଟିନୀ
ଗୂଢ଼ ବ୍ୟଥା ବୁଝିବାକୁ କେହି ତ ଆସିନି
ଗେଲବସରର ଦିନ ବିତିଗଲା କାହିଁ
ଗୈରିକ ଆବରଣରେ ମନ ଆଜି ଧାଈ
ଗୋଧୂଳିର କ୍ଳାନ୍ତ ଛାଇ ଧୀରେ ଧୀରେ ଝରେ
ଗୌରବର ସବୁ ସ୍ୱପ୍ନ ନିରବତେ ସରେ
— ଘ —
ଘନ ଘନ ଉଠେ ଆଜି କୋହ ବୁକୁ ତଳେ
ଘାସ ଫୁଲେ ଲୁହ ଟୋପା ଶିଶିରରେ ଢଳେ
ଘିଅ ଦୀପ ପରି ଜଳେ ଅତୀତର ରାତି
ଘୀନା ଭାବେ ଦୁନିଆଁ ତ ପର କଲା ଛାତି
ଘୁଙ୍ଗୁରର ରୁଣୁଝୁଣୁ କେବେଠାରୁ ଶେଷ
ଘୂର୍ଣ୍ଣିବାତ୍ୟା ଆଣିଦେଲା ଏ କି ନୂଆ ଦେଶ
ଘେରି ରହେ ଅନ୍ଧକାର ନିଶୂନ ପ୍ରହରେ
ଘୈର୍ଯ୍ୟହୀନ ମନ ଖାଲି କାନ୍ଦୁଥାଏ ଝୁରେ
ଘୋର ନିଦ୍ରା ଭାଙ୍ଗିଗଲେ କିଏ ଅବା ପାଖେ
ଘୌତ ଅଶ୍ରୁ ନେଇ ମନ ଅନନ୍ତକୁ ଡାକେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational