ଏଥୁ ଅନ୍ତେ
ଏଥୁ ଅନ୍ତେ
ଏଥୁ ଅନ୍ତେ ..
ଦେବ ଦୈତ୍ୟ ଭେଦ ମିଟେ,
କଚ୍ଛପ ର ପୃଷ୍ଠ ପରେ ପର୍ବତ ର ଭାର ଉଠେ,
ମନ୍ଥନ ର ମାର୍ଗ ଦେଇ ଉଚ୍ଚୈଶ୍ରବା ନଭେ ଉଠେ,
ହଳହଳା ବୃଷ୍ଟି ଦେଖି ନୀଳକଣ୍ଠ ଜାଗି ଉଠେ,
ଅମୃତ ର ପ୍ରାପ୍ତି ସହ ଯୁଦ୍ଧଭେରୀ ବାଜି ଉଠେ ।
ଏଥୁ ଅନ୍ତେ,
ଛଳନା ର ଅଶୀଧାରେ ସ୍ୱରଭାନୁ ମୁଣ୍ଡ କଟେ ।।
ଏଥୁ ଅନ୍ତେ,
ତପସ୍ୟାର ଅନ୍ତ ଘଟେ,
ଦେବ ବର ଶକ୍ତି ଘେନି ବୃତ୍ରାସୁର ଜାଗି ଉଠେ,
ଗୁହ୍ୱା ମଧ୍ୟେ ଚାପି ଧରେ ଯେତେ ନୀର ଧରା ପୃଷ୍ଠେ,
ଦଧିଚିଙ୍କ ଅସ୍ଥି ବଳେ ହାତେ ବଜ୍ର ଧରି ଉଠେ,
ବ୍ରହ୍ମହତ୍ୟା ପାପେ ଇନ୍ଦ୍ର ମାନସ ର ବୁକୁ ଭେଟେ ।
ଏଥୁ ଅନ୍ତେ,
ମୋକ୍ଷ ଘେନି ଚିତ୍ରକେତୁ ବୈକୁଣ୍ଠର ଦ୍ୱାରେ ଖେଟେ ।।
ଏଥୁ ଅନ୍ତେ,
କାମେ ମାତି ଧୈର୍ଯ୍ୟ ତୁଟେ,
ଲଜ୍ଜ୍ୟା ନେଇ ଦେବରାଜ ତଟିନୀର ପାଦେ ଲୋଟେ,
କ୍ରୋଧ ଚାପି ବ୍ରହ୍ମକନ୍ୟା ପଥରର ମୂର୍ତ୍ତି ଘଟେ,
ପଶ୍ଚାତାପ ଅନଳରେ ଗୌତମଙ୍କ ମନ ଜୁଟେ,
ବନବାସୀ ପାଦ ସ୍ପର୍ଶେ ଅହଲ୍ୟାଙ୍କ ଶ୍ରାପ ଟୁଟେ ।
ଏଥୁ ଅନ୍ତେ,
ସ୍ୱର୍ଗେ ପୁରେ ରମ୍ଭା ଆଉ ମେନେକାଙ୍କ କେଳି ଛୁଟେ ।।
