STORYMIRROR

Akhila Padhi

Inspirational Others Children

4  

Akhila Padhi

Inspirational Others Children

ଦେଖିନ, ତ କ'ଣ ଦେଖିଛ !

ଦେଖିନ, ତ କ'ଣ ଦେଖିଛ !

1 min
0

କଟକ ଆକାଶେ ମକର ଗୁଡି
ଚିଲିକା କଙ୍କଡା ମାଛ ଚିଙ୍ଗୁଡି
ଜଗନ୍ନାଥ ଧାମେ ସିନ୍ଧୁ ଲହଡି
ପାରାଦୀପେ ନବ ନଉକା ଝଡି ।
ଦେଖିନ, ତ କ'ଣ ଦେଖିଛ !!

ମାଲ୍ୟବନ୍ତଗିରି ବଣ୍ଡା ପ୍ରଦେଶ
କୋରାପୁଟେ ଗୁପ୍ତେ ଇଶ୍ୱର ବାସ
ଝରିଗାଁ ଚନ୍ଦନ ଧାରାର ରାସ
ମିନାଝୋଳ ନଦୀ ଜଙ୍ଗଲ ଦୃଶ ।
ଦେଖିନ, ତ କ'ଣ ଦେଖିଛ !!

ପୂରାଣ ପ୍ରସିଦ୍ଧ ଗିରି ମହେନ୍ଦ୍ର
ବୌଧ ରାଜବାଟି ବାସ ଯୋଗିନ୍ଦ୍ର
ନିର୍ମଳଝରେ ଖ୍ୟାତ ବିଷ୍ଣୁ ମନ୍ଦିର
ପୁଟୁଡି ସାଲୁଙ୍କି ପ୍ରବାହମିନ୍ଦ୍ର ।
ଦେଖିନ, ତ କ'ଣ ଦେଖିଛ !!

ଗନ୍ଧମାର୍ଦନ ଓ ହରିଶଙ୍କର
ଫୁର୍ଲିଝରନ୍ କଳ କଳ ଝର
ବରଗଢେ ବିଜେ ଅଷ୍ଟ ଶଙ୍କର
ଶଶି ଅହିମଣି ପ୍ରୀତି ଅମର ।
ଦେଖିନ, ତ କଣ ଦେଖିଛ !!

ହୁମା ବଙ୍କା ଇଶ ମାଛ ପୋଖରୀ
କାଇବଣେ ଶିବ ଦଉଳଝରି
ଖଣ୍ଡଧାର କୋରାପାଣି ଲହରି
ପ୍ରଧାନପାଟ ର ପ୍ରପାତ ଶିରି ।
ଦେଖିନ, ତ କଣ ଦେଖିଛ !!

ଶିମିଳିପାଳେ ବାଘ ମହାବଳ
ବଡଘାଘରା ପ୍ରପାତ ଜଳ
ରେମୁଣା ଖୀରଚୋରା ଚପଳ
ଇରମ ବୀର ଧାମ ଉତ୍କଳ ।
ଦେଖିନ, ତ କଣ ଦେଖିଛ !!

ଢେଙ୍କାନାଳେ କପିଳାଶଙ୍କ ବାସ
ଭିତରକନିକା କୁମ୍ଭୀର ରାସ
ଦାରିଙ୍ଗବାଡ଼ିର ଶୀତ ଅଶେଷ
କଣ୍ଟିଲୋ ନୀଳମାଧବ ବେଶ ।
ଦେଖିନ, ତ କ'ଣ ଦେଖିଛ !!

ବିକ୍ରମଖୋଲ ର ଅତୀତ ପଟ
ଯାଜପୁରେ ଉଭା ବିରଜା ପୀଠ
ପାତାଳଗଙ୍ଗାର ନିର୍ମଳ ଘାଟ
ପାଟଳେଶ୍ୱର ମନ୍ଦିର ବାଟ ।
ଦେଖିନ, ତ କ'ଣ ଦେଖିଛ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational