STORYMIRROR

Akhila Padhi

Tragedy Others

4  

Akhila Padhi

Tragedy Others

ସପନ ଦେଖିବା ମନା

ସପନ ଦେଖିବା ମନା

1 min
5

ସପନ ଦେଖିବ ମନା......
ଆଖି ତଳେ ଲୁଚିଥିବା
ଲୁହ କୁ ଝରିବା ମନା |

ଚିନ୍ହା ମୁହଁ ଟି କୁ ଚାହିଁବା ମନା,
ମନ ର ଆଶା କୁ କହିବା ମନା......
ଛାତି ତଳେ ଫୁଟିଥିବା
କୋହ କୁ ଉଠିବା ମନା |

ତମସା ରେ ଦୀପ ଜାଳିବା ମନା,
ତ୍ରୁଷାତୁର ଦିନେ ପାଣି ବି ମନା....
ଓଠୋ ଧାରେ ଚୁନା ଚୁନା
ହସ କୁ ଧରିବା ମନା |

ସ୍ମୃତିର ସହରେ ଲେଉଟିବା ମନା,
ଅତୀତର ଧୂଳି ଉଡ଼ାଇବା ମନା...
ନିଜ ଛାଇ ସାଥେ ବସି
ଦୁଃଖକୁ ବାଣ୍ଟିବା ମନା |

​ନୀରବତାର ଋତୁରେ କାନ୍ଦିବା ମନା,
ଅଭିମାନର ଚିଠି ଲେଖିବା ମନା...
ସବୁ ଥାଇ କିଛି ନାହିଁ ବୋଲି
ଏ ମନକୁ ବୁଝାଇବା ମନା |

ସପନ  ଦେଖିବା ମନା...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy