STORYMIRROR

Akhila Padhi

Abstract Inspirational Others

4  

Akhila Padhi

Abstract Inspirational Others

ହୃଦୟ ହଜିଛି

ହୃଦୟ ହଜିଛି

1 min
2

ପୁଷ୍ପିତ ବସନ୍ତେ ଅବା କି ବେଦନା ପାଇ
ଝୁରେ କୋକିଳଟି ଆମ୍ର ଡାଳେ ଲୁଚି,
ରୋଦନ ବି ତାର ମିଠା ମିଠା ଲାଗେ,
ଯେହେତୁ ବଉଳର ବାସ୍ନାରେ ହୃଦୟ ହଜିଛି ।।

ଜନ ସମାଗମ ଦେଖି ସାଗରଟି ଝୁରେ
ବେଳାଭୂଇଁ ପରେ ଲହଡ଼ି ପିଟି ପିଟି,
ସେ କାନ୍ଦଣା ବି ମନ ଉପଭୋଗ କରେ,
ଯେହେତୁ ମୃଦୁ ମଳୟେ ହୃଦୟ ହଜିଛି ।।

ପର୍ବତର ବକ୍ଷେ କେଉଁ ଅଭିମାନ ସଞ୍ଚି
ଝୁରେ ନିର୍ଝରିଣୀ ପଥରେ ଛାତି ପିଟି,
ସେ ତରଙ୍ଗର କାନ୍ଦଣା ବି ସଙ୍ଗୀତ ପରି ଲାଗେ,
ଯେହେତୁ ଶାନ୍ତ ବନାନୀରେ ହୃଦୟ ହଜିଛି ।।

ନୀଳ ଆକାଶେ କେଉଁ ବିରହ ବେଦନା ପାଇ
ଝୁରେ କଳାମେଘ ଅଶ୍ରୁ ବାରି ଢାଳି,
ସେ ଶ୍ରାବଣ କୋହ ବି ମନକୁ ଛୁଇଁଯାଏ,
ଯେହେତୁ ଭିଜା ମାଟି ବାସ୍ନାରେ ହୃଦୟ ହଜିଛି ।।

ନୀରବ ନିଶୀଥେ କେଉଁ ଏକାକୀପଣ ବୋହି
ଝୁରେ ରୂପେଲୀ ଜହ୍ନ ମଉନେ ଜଳି,
ସେ ଲୁହଭରା ଚାହାଣି ବି କେତେ ଶୀତଳ ଲାଗେ,
ଯେହେତୁ ସ୍ନିଗ୍ଧ ଜୋଛନାରେ ହୃଦୟ ହଜିଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract