STORYMIRROR

Akhila Padhi

Inspirational Others

4  

Akhila Padhi

Inspirational Others

ଭାବନା

ଭାବନା

1 min
0

ଭାବନା ଅନନ୍ତ ଶବ୍ଦ ସୀମିତ ।
କହିବି ବା କଅଣ
ଲେଖିବି ବା କଅଣ
ତମସା ଅନନ୍ତ ଦୀପ ସୀମିତ ।
ଭାବନା ଅନନ୍ତ ଶବ୍ଦ ସୀମିତ ।।

ପୂର୍ଣ ଜୀବନ, ଅଭାବ ଅଛି ତଥାପି
କଳ୍ପନା ଅତୀତ ଏ ଭାବ ଅଛି ତଥାପି ।
ଦେବ ଆଶୀଷ ବା ମିଳିବ କାହିଁ
ଅର୍ଚ୍ଚନା ଅନନ୍ତ ପୂଜା ସୀମିତ ।
ଭାବନା ଅନନ୍ତ ଶବ୍ଦ ସୀମିତ ।।


ନିରାଶା ର ନୁହଁ ଭୟ ଆଶା ର 
ସୁରଭି ର ନୁହଁ ମୋହ ପୁଷ୍ପ ର 
ବୃତ୍ର ଅନ୍ତ ଇନ୍ଦ୍ର କରିବେ କେମିତି 
ଦଧୀଚି ଅନନ୍ତ ଅସ୍ଥି ସୀମିତ 
ଭାବନା ଅନନ୍ତ ଶବ୍ଦ ସୀମିତ ।।

ଜାଣେ ପୁଣ୍ୟ କିନ୍ତୁ କରି ପାରେନି 
ଜାଣେ ପାପ କିନ୍ତୁ ଛାଡି ପାରେନି 
ନଚିକେତା ମୋକ୍ଷ ପାଇବ କେମିତି 
ପୁନଃ ଜନ୍ମେ ଯେଣୁ ଆଶା ଜଡିତ 
ଭାବନା ଅନନ୍ତ ଶବ୍ଦ ସୀମିତ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational