STORYMIRROR

Akhila Padhi

Inspirational Others Children

4  

Akhila Padhi

Inspirational Others Children

ଲେଖିବାକୁ ଇଛା ହୁଏ

ଲେଖିବାକୁ ଇଛା ହୁଏ

1 min
16

ଆଜି ଅନେକ ଦିନ ପରେ...
କବିତା ଟେ ଲେଖିବାକୁ ଇଛା ହୁଏ,
କିଛି ଆଶା, କିଛି ସ୍ମୃତି...
ଗଲାଦିନ ଅନୁଭୂତି...
ସକାଳ, ସଂଜ ଓ ରାତି
ଲେଖିବାକୁ ଇଛା ହୁଏ |।

ଯେତେ ଖୁସି ପାଇଛି ମୁଁ
ଏଇ ଭରା ଜଗତେ,
ଲୁହ ଯେତେ ବୋହିଛି
ମୋ ଜୀବନ ଚଲାପଥେ...
ସେଇ ସବୁ ଲେଖିବାକୁ ଇଛା ହୁଏ |।

କେତେ ଯେ ସାଇତା ସ୍ୱପ୍ନ
ସେଇ ମିଠା ପିଲାଦିନର,
କାଗଜ ଡଙ୍ଗାରେ ଭାସି
ଦୂରେ ଗଲା ସେ ଲହର...
ସେଇ ନିରୀହ ହସ ଲେଖିବାକୁ ଇଛା ହୁଏ |।

କେତେ ଆପଣାର ମଣିଷ
ବାଟ ଭାଙ୍ଗି ଚାଲିଗଲେ,
କେତେ ଯେ ଅକୁହା କଥା
ରହିଗଲା ଛାତି ତଳେ...
ସେଇ ନୀରବ ବ୍ୟଥା ଲେଖିବାକୁ ଇଛା ହୁଏ |।

ଶ୍ରାବଣର ଝିପିଝିପି ଟୋପା
ଅବା ଶୀତ କାକରର,
ଭାସିଆସେ ପବନରେ
କାହାର ସେ ଅପରିଚିତ ସ୍ୱର...
ସେଇ ମିଠା ସ୍ପନ୍ଦନ ଲେଖିବାକୁ ଇଛା ହୁଏ |।

କେବେ ଆଶାର ତରଙ୍ଗ
କେବେ ହତାଶାର ଛାଇ,
ପାଇବା ଓ ହରେଇବାର
କିଛି ହିସାବ ମିଳେଇବା ପାଇଁ...
ଜୀବନର ଏ ରଙ୍ଗ ଲେଖିବାକୁ ଇଛା ହୁଏ |।

ଅତୀତର ଧୂଳି ଝାଡ଼ି
ନୂଆ ଏକ ଭୋର ପାଇଁ,
ନିଜ ସହ ନିଜେ ଆଜି
ଟିକେ କଥା ହେବା ପାଇଁ...
କବିତାରେ ନିଜକୁ ଆଙ୍କିବାକୁ ଇଛା ହୁଏ |।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational