STORYMIRROR

Jagannath Das

Abstract

4  

Jagannath Das

Abstract

ମାତୃ ପ୍ରଶସ୍ତି

ମାତୃ ପ୍ରଶସ୍ତି

1 min
387


ଅନନ୍ତ ରୂପିଣୀ ଅନନ୍ତ ଗୁଣବତୀ

ଅନନ୍ତ ନାମ୍ନୀ ଗିରିଜେ ମା


ଶିବହୃନ୍ମୋହିନୀ ବିଶ୍ୱ ବିଳାସିନୀ

ମାହେଶ୍ୱରୀ ଜୟ ଦାୟିନୀ ମା !


ଜଗଜ୍ଜନନୀ ତ୍ରିଲୋକ ପାଳିନୀ

ବିଶ୍ୱ ସୁବାସିନୀ ଶୁଭଦେ ମା


ଦୁର୍ଗତି ନାଶିନୀ ସନ୍ମତି ଦାୟିନୀ

ଭୋଗ ମୋକ୍ଷ ସୁଖ କାରିଣୀ ମା


ପରମେ ପାର୍ବତୀ

ସୁନ୍ଦରୀ ଭଗବତୀ

ଦୁର୍ଗେ ଭାମତି ତ୍ବଂ ମେ ମା


ପ୍ରସିଦ ମାତ ନଗେନ୍ଦ୍ର ନନ୍ଦିନୀ

ଚିର ସୁଖ ଦାୟିନୀ

ଜୟଦେ ମା....


ଜୟ ଅମ୍ବା ଆମ୍ବଳିକା

ଜୟ ଅମ୍ବିକା


ଅନନ୍ତା ଅପର୍ଣ୍ଣା ଆଦ୍ୟା

ଓ ହିମାଦ୍ରୀକା


ଅଯୋନି ସମ୍ଭଵା ତୁ

ରକ୍ଷକ ଏ ମହୀ....


ଦୀନ ଜନେ ଦୟା ଦେ

ପ୍ରଣତି ବାଢ଼ଇ...ll


Rate this content
Log in

Similar oriya poem from Abstract