ମାତୃ ଦିବସ ଉପଲକ୍ଷେ
ମାତୃ ଦିବସ ଉପଲକ୍ଷେ
ଗର୍ଭର ଯନ୍ତ୍ରଣାକୁ ସେ ସହିଥାଏ
ମାଆ ଟିଏ ହେବା ପାଇଁ
କେତୋଟି ମାର୍ଗ ଦେଇ
କନ୍ୟାରୁ ଦୁହିତା ଦୁଇ କୂଳର ହିତା
କିଏ ଡାକେ ଭଗ୍ନୀ ଅବା କାର ଜାୟା
ସ୍ଵାମୀ ଟି ପାଇଁ ସ୍ତ୍ରୀ
ଶାଶୁ ପାଇଁ କୂଳବଧୂ
ଶେଷରେ ସନ୍ତାନ ଟିର ମାଆ ହେବା ପରେ
ଜନନୀ ସେ ନମସ୍ୟା
ମା ଏକ ଶବ୍ଦ ନୁହେଁ ଏକ ଆବେଗ
ଜନନୀ ଓ ଜନ୍ମଭୂମି
ସ୍ଵର୍ଗ ଠାରୁ ଗରୀୟସି
ଆଜିର ମାତୃଦିବସରେ ଏଇ କଥା ମନେରଖି
ଏଇ ବାର୍ତ୍ତା ସମାଜରେ
ଅତ୍ର ଯତ୍ର ସର୍ବତ୍ର
ପରଶି ଦେବା ହସି ହସି
ମାଆ ଯେ ଜନ୍ମଦାତ୍ରୀ
ମାଆର ପଣତ କାନି
ମାଆର ଭାଷା ମାତୃଭାଷା
ସବୁ କିଛି ଆମ ପାଇଁ ଟେକ
