STORYMIRROR

Narayan chandra Senapati

Tragedy

3  

Narayan chandra Senapati

Tragedy

ମାରନା ଗୋ ପ୍ରେୟସୀ

ମାରନା ଗୋ ପ୍ରେୟସୀ

1 min
130


ସମ୍ପର୍କର ମରୀଚିକା ସୃଷ୍ଟି କରି

ମୋ ନିର୍ମଳ ସରଳ ହୃଦୟକୁ ତିଳ ତିଳ କରି ଦଗ୍ଧ କଲ

ମୋ ଜୀବନ ଦୀପ ନିର୍ବାପିତ କରିବାକୁ 

କାହିଁକି ଚାହିଁଛ ଗୋ ପ୍ରେୟସୀ,

ମୋତେ ମାରନା...ମୋତେ ମାରନା

ମୁଁ ବଞ୍ଚିବାକୁ ଚାହେଁ

ତୁମର ପ୍ରେମିକା ନ ହେବି ପଛେ

ହେଲେ ବିମୁଗ୍ଧ ହେବି

ଆମ ଏ ମିଛ ସମ୍ପର୍କର ସତ ଆଲବମକୁ ତ ଆଖିରେ ଦେଖି।


ଭୁଲିଗଲ ସେଦିନର ତୋଫା ଜହ୍ନର ସଫାରାତି

ଭୁଲି ବି ଗଲ ସେ ମଧୁର ସମୁଦ୍ର କୁଳର ମାହେନ୍ଦ୍ର ବେଳା

ଆମ୍ବ ତୋଟାର ମହ ମହ ବଉଳ ବାସ୍ନା

ଏଇ ଦେଖ ଗୋ ପ୍ରେୟସୀ...

 ଆମ ପ୍ରଣୟର ସାକ୍ଷୀ 

ସେଇ ରାଧାକୃଷ୍ଣ ମନ୍ଦିରର ନେତଟା

ଫର ଫର ହୋଇ ଉଡି ଉଡାଉଛି ଆମ ପ୍ରେମର ବାନାକୁ

କେମିତି ସେ ଆଇସକ୍ରିମ ବାଲାଟା ଚାହିଁ ରହିଛି

ଦେଖିବାକୁ ଆମ ଚାରିଆଖିର ମଝିରେ ଆଇସକ୍ରିମ ଖିଆକୁ

ଆଉ ସେ ଚିହ୍ନା ରାସ୍ତାଟା ଏବେ ବି ହାତ ଠାରି ଡାକୁଛି

ଭୁଲିଗଲ କିରେ ପ୍ରେମୀ ଯୁଗଳ...

ଆମ ସମ୍ପର୍କ ପରା ଅଲିଭା,ଅଭୁଲା ଓ ଅକାଟ୍ୟ।


ଛି ଛି.. ତୁମେ ଏଡ଼େ ବ୍ୟଭିଚାରୀ 

ଛଳନାର ବାଲିଘର କରି

ଭାଙ୍ଗି ଚୁରମାର କରୁଛ

କେତେ ଅନନ୍ତପ୍ରେମୀଙ୍କ ସ୍ୱପ୍ନିଳ କୁଡ଼ିଆ

ଗୋଟାକ ପରେ ଗୋଟେ ବଦଳାଇ ପ୍ରେମ ପୁସ୍ତକର ମଲାଟ

କଦର୍ଥ କରୁଛ ପ୍ରେମ ଇତିହାସର ମର୍ଯ୍ୟାଦାକୁ

ତୁମେ ଏକ ପ୍ରତାରଣାର ଫାଇଲିନ

ଭାଙ୍ଗିଦେଲ କେତେ ଦରଦୀ ପିତାମାତାଙ୍କର ଆଶାର ସୌଧକୁ

ଛେଉଣ୍ଡ କଲ ପିତୃତ୍ୱ ମାତୃତ୍ୱ ସ୍ନେହ ପ୍ରେମର ଆବେଗକୁ

କଳଙ୍କିତ କରି ବିଜ୍ଞାନ ମନୋବିଜ୍ଞାନର ଚକ୍ ଚକ୍ ପୃଷ୍ଠା

ଆଣିଦେଲ ମୋ ପାଇଁ ଚିର ତମସାର ଅମାବାସ୍ୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy