STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ମାର୍ଗଦର୍ଶକ, ବାବୁ ଅଶୋକ

ମାର୍ଗଦର୍ଶକ, ବାବୁ ଅଶୋକ

1 min
216


ତୁମେ ସେହି ଚଣ୍ଡାଶୋକ

 ଶୋକସାଗରେ ଭସାଇ ଗଲ ଡୁବି

ତୁମେ ସେହି ଧର୍ମାଶୋକ ଅଶୋକ

ଦିଗଦର୍ଶକ ସମାଜସେଵୀ

ତୁମ ନାମ ସାଥେ rଅଶୋକାୟନରେ

ଗାଥା ତୁମେ ମହା କବି

ବରଣ୍ୟ ଉତ୍କଳ ମାଟିର ସନ୍ତାନ ତୁମେ 

ଦିଗମ୍ବର ଦିବଙ୍ଗତ ତୁମ ପ୍ରତିଛବି

ଧନ୍ୟ ତୁମ ପିତାମାତା ଧନ୍ୟ ତୁମ ଜନ୍ମମାଟି

ଅଶୋକ ନାମରେ ଗ୍ରାମର ଆଉଗୋଟେ ରବି

ତୁମ କିରଣ ତୁମ ଆଚରଣ ଉଚ୍ଚାରଣ

ଆସନ୍ତା ପିଢ଼ି ପାଇଁ ଗର୍ବର ଛବି

ତୁମେ କାଇଁଚମାଳିଆ କଉଡ଼ି ଭଳିଆ

ସାହିତ୍ୟ ସାଧକ ବାଗ୍ମୀ

ମଣିଷ କାରଖାନା ଭିତରେ ଗଢିଛ

ଉଦୟମାନ ନୂତନ ରବି

ଶିକ୍ଷକତା ଭିତରେ ସଂସ୍କୃତି ସାହିତ୍ୟ

ପରମ୍ପରା ଯଶ ସମ୍ମାନ ଚିତ୍ରଶିଳ୍ପୀ

ତୁମ ଲେଖାରେ ଚିତ୍ରରେ ସାହିତ୍ୟ ଭାଷାରେ

ଉଦୀୟମାନ ଶତାବ୍ଦୀ କବି

ତୁମ ଛବି ଜୀବନ୍ତ ଚିତ୍ରେ ମୋହିତ ଶିକ୍ଷକ ପ୍ରଶଂସିତ

ଆଜିବି କରନ୍ତି ମୁରବୀ

ତୁମ ଗରିମାରେ ତୁମ ଗ୍ରାମ ଗରିମାମୟ

ହେ ମହାନାୟକ କି ଉପମା ଦେବି

ଅଶୋକ ତୁମେ ନାମ ସାର୍ଥକ କରିଛ

ଏକାଧାରେ ଶିକ୍ଷକ ସାହିତ୍ୟିକ ଚିତ୍ରକର କବି ।


Rate this content
Log in

Similar oriya poem from Tragedy