STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ମାର୍ଚ୍ଚ ର ମାର୍ଚ୍ଚ

ମାର୍ଚ୍ଚ ର ମାର୍ଚ୍ଚ

1 min
3.3K

ମାର୍ଚ୍ଚ ମାସଟା ମାର୍ଚ୍ଚ କରି ଆସେ ଆର୍ଥିକ ବର୍ଷର ଶେଷ

ମାର୍ଶ୍ ବା ମଙ୍ଗଳ ଗ୍ରହଙ୍କ ନାମରେ ନାମିତ ବିଶେଷ ମାସ

ଅଠେଇଶ ଦିନିଆ ଫେବୃଆରୀ ପରେ ପ୍ରାଧାନ୍ୟ ତା ସ୍ୱଭାବିକ 

ଏକତ୍ରିଶ ଦିନ ଅବଧି ଯେଣୁ ତା ଚିନ୍ତି କରମ ଦାୟକ

ପୁରୁଣା ପଦ୍ଧତି ପ୍ରଥମ ମାସ ସେ ନୂଆ ପଦ୍ଧତି ତୃତୀୟ

ନାମର ଇଙ୍ଗିତ ମାର୍ଚ୍ଚ କରିଚାଲ ମିଳିବ ଫଳ ନିଶ୍ଚୟ

ଆନ୍ତର୍ଜାତିକ ଦିବସ ପାଳନ ମହତ୍ତ୍ଵ ରଖେ ଅଧିକ

ଆଠ ତାରିଖରେ ମହିଳା ଦିବସ ମାତୃଜାତି ମାନ ରଖ

ନାରୀ ଅଧିକାର ନାରୀ ସ୍ୱାଧୀନତା ନାରୀ ଶିକ୍ଷା ମହାନତା

ନାରୀଟି ନାରୀର ଅଇରୀ ସହଜେ ବଢେନାହିଁ ବଦାନ୍ୟତା

କୋଡିଏରେ ବିଶ୍ୱ ପଖାଳ ଦିବସ ଓଡିଶା ଗୌରବ ଗାଥା

ପ୍ରଚାରେ ଓଡିଶା ବାହାରେ ପଖାଳ ଖୋଲୁଅଛି ତା'ର ଖାତା

ସେ କାଳ ପଖାଳ ଗଲାଣି ସଙ୍ଗାତ ପଖାଳରେ ନାହିଁ ବାସ

ପିଜା ବର୍ଗର କେଏଫସି ଚିକେନ ବସାଇଛି ତା'ର ଫାଶ

ଏକୋଇଶ କଥା କହିଲା ବେଳକୁ ଛାତିରେ ଛନକା ପଶେ 

କାବ୍ୟ ସଂସାରର ପ୍ରଜାପତି ଦିନଟିଏ ପାଇଁ ଚାହିଁ ବସେ

ଏକୋଇଶ ବିଶ୍ବ କବିତା ଦିବସ କବିଙ୍କ ସମ୍ମାନ ବଢେ

ବାଇଶ ତାରିଖ ଜଳ ଦିବସଟି ଜଳର ମହତ୍ତ୍ଵ ବାଢେ

ଜଳ ବିନା ନୁହେଁ ଜୀବନ ଧାରଣ ଜଳ ଜଳ ଦିଶି ଯାଏ

ବିବେକ ଶୂନ୍ୟ ଏ ମାନବ ତଥାପି କରେ ଜଳ ଅପଚୟ

ଆର୍ଥିକ ବର୍ଷର ହିସାବ ନିକାଶ ବଜେଟ୍ ହେଲା କି ନାହିଁ 

ଧରି ମାରି କର ଟାର୍ଗେଟ ପୁରଣ ନ ହେଲେ ନିସ୍ତାର ନାହିଁ

ଲାଭ କ୍ଷତି ଯାହା ହିସାବ କରିବ ଟିକସ ନେବେ ସର୍କାର 

ବିକାଶ ଦେଶର କିପରି ହୋଇବ ଜିଏସଟି ଆଇଟି ପ୍ରକାର

ବସନ୍ତ ଋତୁର ଆବାହନୀ ଗାଏ ହନ୍ତସନ୍ତ ଜୀବନଟା

ବସନ୍ତ ହଜିଛି ମାର୍ଚ୍ଚର ମାର୍ଚ୍ଚ ଲଗାଉଛି ଘନଘଟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract