ମାନସୀ
ମାନସୀ
ତୁମପାଇଁ ସଖୀ ପ୍ରୀତିର ମହଲ
ଗଢି ଦେଇଛି ମୋ ହୃଦୟ ତଳେ
କେତେରଙ୍ଗେ ତାକୁ ସଜେଇ ରଖିଛି
ଏଯାଏ ବି ତୁମେ ଦେଖିନ ଥରେ I
ମାନସ ଚକ୍ଷୁରେ ଦେଖିନିଅ ଆଜି
ସେହି ମହଲରେ ତୁମର ଛବି
କିପରି ଦିଶୁଛି ପ୍ରୀତିର ଆକାଶ
ପୂରୁବ ଦିଗରେ ଉଇଁଲେ ରବି I
ଅସ୍ତଗାମୀ ସୂର୍ଯ୍ୟ ଲୋହିତ କିରଣ
ତୁମରି ଦେହକୁ ପଖାଳେ ନିତି
ବିଛୁରିତ ହୁଏ ସୁନେଲି ସପନ
ସଞ୍ଜ ହୋଇଗଲେ ଚହଲେ ଛାତି I
ଜହ୍ନର ଜୋଛନା ଆନମନା ହୋଇ
ନୀରବରେ ଯେବେ ଦିଅଇ ଛୁଇଁ
ମର୍ତ୍ତ୍ୟକୁ ଓହ୍ଲାଏ ନନ୍ଦନ କାନନ
ସାଗର ଠିକଣା ଖୋଜଇ ନଈ I

