STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ମାଣିକ ମାଆ, ପୁଣି ଫେରିଆ

ମାଣିକ ମାଆ, ପୁଣି ଫେରିଆ

1 min
222

ମାଣିକ ଲୋ ଦହି ଟିକେ ଦେଇଯା 

ଜଗତରନାଥ ସାଥେ ଭାଇବଳଭଦ୍ର 

କରୋନା ଯୁଦ୍ଧକୁ ଗଲେଣି ଦେଖିଯା 

ତୋ ଆଖିରେ ଦିବ୍ୟ ଦର୍ଶନ ପାଇଯା 

ଖରା ଗୀରିସମ ବଢେ ଦିନୁ ଦିନ 

ମଣିଷ କଷଣ, ନସହି ଭଗବାନ 

କରୋନା ଭାଇରସ କରିବାକୁ ଶେଷ 

ବାହାରିଗଲେଣି କରିବାକୁ ନିଃଶେଷ 

ତୁ ଭାଗ୍ୟବତୀ ଦେଖିତ ପାରିବୁ 

ମୋ ଆଖିର ଜ୍ୟୋତି ମଳିନ ହେଲାଣି 

ଦହି ନେଇ ଆ, ଦୁଇ ଭାଇ ପାଖେ ଥା 

ତୋ ପଣତେ ଟିକେ ଶୀତଳତା ଦେଇଯା 


ମାଣିକ ଲୋ ଆଉ ଥରେ ଫେରିଆ 

ସୁବାସିତ ଦହି ପେଟପୁରେ ଖାଇ 

ମାଗିବୁନି କିଛି ତୁ ତ ମହୁମାଛି 

ଭକତି ଭାବରେ ଭକ୍ତି ରଖି ନିରନ୍ତରେ 

ଏ ମହୀତଳେ ପଟାନ୍ତର ନାହିଁ ତୋରେ 

କି ମନ୍ତର ଜାଣୁ ଜଗାହେଲେ ସ୍ଥାଣୁ 

ମନ ହୁଏ ମୋର ଛୁଅନ୍ତି ଚରଣ ତୋର 

ତୁ ଯଦି ନ ଆସୁ ବଢିବ ଅବଶୋଷ 

କରୋନା କୁ ମାରି ଭକତ ଉଦ୍ଧରି 

ତୋ ବିନା କେମିତି ହେବ ଜଗତ ଉଦ୍ଧାର

 ତୋ ପାଦ ନୁପୁର ଦୂରୁ ଶୁଭେ ବାର ବାର 

ପାଦ ଝୁଣ୍ଟିଆ ବାଜୁଛି କର୍ଣ୍ଣ ମୋହର 


ମାଣିକ ଲୋ ତୋର ଅନେକ ରୂପ 

ତୁ ମାଣିକ ତୁ ବି ଶ୍ରୀୟାଚଣ୍ଡାଳୁଣୀ 

ମନ ନେଉ କିଣି ଶରଧା ଭକତି ବୁଣି 

ମୁଁ ଛାର ନାରୀ ନାହିଁ ଭକ୍ତି ଡୋରି 

କୃପା କରି ଟିକେ ତ ଉଧାର ଦେଇଯା 

ରକ୍ଷା କରିବାକୁ ଦହି ହାଣ୍ଡି ନେଇଆ 

ସେହି ଦହି ନିଶ୍ଚେ ଅମୃତ ମଣୋହୀ 

ତାକୁ ପାଇ ପ୍ରଭୁ ଗଲେ ଧନ୍ୟ ହୋଇ 

ଦ୍ୱାପର ଯୁଗରେ କହ୍ନେଇ ବିଭୋରେ 

ଏ କଳି ଯୁଗରେ ଆ ମାଆ ପୁଣି ଥରେ 

ସେ ଅମୃତ ପିଇ କରୋନା ସଂହାରି 

ପୁଣି ଦୁର୍ଗା ହୋଇ ସେଇ ଶକ୍ତି ଦେଇଯା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract