STORYMIRROR

Anirudha Kund

Classics

3  

Anirudha Kund

Classics

ମାଣବସା

ମାଣବସା

1 min
296


କାର୍ତ୍ତିକ ନେଲାଣି କେବେଠୁ ମେଲାଣି

   ମଗୁଶୀର ଆସିଗଲାଣି

 ବିଜେ ତ କଲେଣି ଲକ୍ଷ୍ମୀ ଠାକୁରାଣୀ

  ଥୁରୁ ଥୁରୁ ଶୀତ ହେଲାଣି॥୦॥


ପହିଲି ଆଶିଣ  ନୂଆ ଧାନ ଆଣି

  କେନ୍ଦାକାଢି ଜଟକୁ ବୁଣି

ମାଣ ସେର କୁଞ୍ଚା ନୂଆ ଧାନେ ଭରି

  ଖଟୁଲିରେ ରଖିବି ଆଣି

ଗନ୍ଧବୋଳା ଲେପି କଉଡିରେ ଥାପି

ପାଟି ନାକ କରିବି ପୁଣି ॥୧॥


ପାହାନ୍ତି ପ୍ରହରୁ  ସ୍ନାହାନକୁ ସାରି

  ଘର ଦ୍ବାର ଦେବି ଲୋ ଲିପି

ଲକ୍ଷ୍ମୀପାଦ ଚିତା ଦୁଆରେ ପକାଇ

  କାନ୍ଥରେ ଝୋଟି ଦେବି ଥାପି 

ଦାଣ୍ତ ଦୁଆରକୁ  ଶୁଦ୍ଧ ମୁଁ କରିବି

ପକାଇ ଲୋ ଗୋବର ପାଣି ॥୨॥


ପିନ୍ଧି ନାଲି ଧଡି ଧଳା ଛିଟ ଶାଢି 

   ହାତରେ ନାଲିଆ ଚୁଡିକୁ

ମାଣକୁ ବସାଇ ମଣ୍ତାପିଠା ଥୋଇ

   ଗାଇବି ଲକ୍ଷ୍ମୀପୁରାଣକୁ

ନହେଲେ ନାହିଁରେ ଶ୍ରିୟା ଚଣ୍ତାଳୁଣୀ

   ପୁଜିବି ଲକ୍ଷ୍ମୀ ଠାକୁରାଣୀ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics