ମାଣବସା ଗୁରୁବାର
ମାଣବସା ଗୁରୁବାର
ଆହେ ମାତ ମହାଲକ୍ଷ୍ମୀ କରେ ଆବାହନ,
ବିଜେକର ବିଜେକର ହୃଦ ସିଂହାସନ |୧|
ଆଜି ପରା ମାର୍ଗଶୀର ଏହି ଗୁରୁବାର ,
ତୋର ପାଦ ପରଶରେ ଶୁଦ୍ଧ ଘରଦ୍ବାର |୨|
ଆଗୋ ମାତା କମଳିନୀ ଘେନ ମୋ ଜୁହାର,
କୋଟି କୋଟି ପ୍ରଣିପାତ କରେ ଶ୍ରୀପୟର |୩|
ଗୋମୟରେ ଲିପିପୋଛି କରିଛି ସୁନ୍ଦର ,
ଝୋଟି ଦେଇ ପକାଇଛି ଅଗଣା ମୋହର |୪|
ଲକ୍ଷ୍ମୀପଦ ଆଙ୍କିଅଛି ତୋର ଆଗମନେ,
ସିଂହାସନ ତୋଳିଅଛି କୁଟୀର ଭୁବନେ |୫|
ଚତୁର୍ଦ୍ଦିଗ ମହ ମହ ବାସୁଅଛି ମାଆ,
ତୋର ଆଗମନ ଜାଣି ଗାଏ ତୋର ନାଆଁ |୬| &n
bsp;
ତୁହି ଏକା ଏ ସଂସାର ମହା ଅନ୍ନଦାତ୍ରୀ,
ସଂସାର ଚଳଇ ମାଆ ତୁହି ତାର କତ୍ରୀ |୭|
କାଷ୍ଠ ଖଟୁଲିରେ ଦେଇ ରମ୍ଭା ସ୍ବର୍ଣ୍ଣ ପତ୍ର,
ଶୁକଳ ଧାନ୍ୟରେ ଭର୍ତ୍ତି ପୂର୍ଣ୍ଣମାଣ ପାତ୍ର | ୮|
ପୂଜାର ସମ୍ଭାର ମାତ କରିଅଛି ଠୁଳ,
ତୋ ପୂଜାର ଆୟୋଜନ କରିଅଛି ମେଳ |୯|
ନମୋ ନମୋ ମହାଲକ୍ଷ୍ମୀ ନମୋ ନାରାୟଣୀ,
ତୋ ପୟରେ ପ୍ରଣିପାତ ବିଷ୍ଣୁଙ୍କ ଘରଣୀ |୧୦|
କୃପାମୟୀ କୃପାଦାନେ ଭରିଦେ ମୋ ଥାଳ,
ମାତା ମହାଲକ୍ଷ୍ମୀ ନାମ ଗାଏ କାଳକାଳ |୧୧|