STORYMIRROR

Prasanta Beuria

Classics

3  

Prasanta Beuria

Classics

ମାନିନୀ ରାଧାର ଓଦା ଶାଢୀ

ମାନିନୀ ରାଧାର ଓଦା ଶାଢୀ

2 mins
166

ମୁଁ ଗାଧୋଇବାବେଳେ ହିଁ ତୁମେ ମୋ ପାଖକୁ ଆସ ! 

ଯେତେବେଳେ ମୋ ଲୁଗା ପୁରା ଓଦା ହୋଇଯାଇଥାଏ ତୁମେ ଆସ । 

ଏବଂ ତମକୁ ଦେଖିଲେ ଓଦା ଥିଲେ ବି ମତେ ଶୋଷ ଲାଗେ ।  

 

ଯେତେବେଳେ, ବଇଁଶିର ସ୍ୱର ଶୁଣୁ ଶୁଣୁ ଅଜାଣତରେ, 

ମୋ ଶାଢ଼ୀ କାନ୍ଧରୁ ଖସିଯାଏ - ତୁମେ ପାଖରେ ହିଁ ଥାଅ ।  

ଲାଗେ ସତେ ଯେପରି ଏହାକୁ ତୁମେ ହିଁ ଯୋଜନା କରିଛ । 

ସବୁ ଖସି ପଡ଼ିବାର ମୁହୂର୍ତ୍ତ ମାନଙ୍କୁ ତୁମେ କ'ଣ ଆଗରୁ ଜାଣିଛ ! 

ଏ କ’ଣ ତୁମେ ଏବେ ବି ମୋ ସାମ୍ନାରେ ବସିଛ !


ତୁମେ କଣ ଅନ୍ୟ ମାନଙ୍କ ପରି ମା' ଗର୍ଭରୁ ଏହିପରି ।  

ନା, ତୁମେ ତ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । 

ହୀରାଟିଏ - ମୟୁରଚୁଲିଆ ନଟବର ନାଗର ।

  

ପ୍ରକୃତରେ, ତୁମେ ବୋଧେ ଟିକେ ଦୁଷ୍ଟ ହୋଇଯାଇଛ ।   

କାରଣ, କେହି ତୁମକୁ ଅନୁଶାସନ କରୁ ନାହାନ୍ତି ।    

ସମସ୍ତେ ତୁମକୁ ଭଲ ପାଆନ୍ତି ଏବଂ 

କେହି ତୁମକୁ କଠୋର କଥା କୁହନ୍ତି ନାହିଁ ।   

ଆଉ ଯେତେବେଳେ କେହି ତୁମର ନଖରାମିରେ ରାଗି ଯାଏ,  

ତୁମେ କଣ ଯାଦୁ କର ଯେ ସେମାନେ ହସନ୍ତି ।

ଆଉ ସବୁକିଛି ରାଗ ହଜେଇ ଦେବାର ଶକ୍ତି ଥାଏ ତୁମର ସେ ହସରେ !

  

ବର୍ଷ ବର୍ଷ ଧରି, ତୁମକୁ ପାଇବାକୁ ତୁମ ମା' ଇଚ୍ଛା କରୁଥିଲେ ।  

ଆସିଲ ତୁମେ ତାଙ୍କ କୋଳକୁ, ରହି ଅନ୍ୟ ଏକ ମା'ର ଗର୍ଭରେ ।  

ଯାହା ଚାହଁ ତୁମେ ତାହା କର, 

ଯେହେତୁ ସେ ବଢ଼ାଇଛନ୍ତି ତୁମକୁ, ଅତି ଗେଲ୍ହାରେ ।  


ତୁମ ପାଇଁ ଯାହା ଖେଳ ଆମ ପାଇଁ ତାହା କାଳ -  

ଏପରି ତ ଆମେ କହି ପାରିବୁ ନାହିଁ ।       

କିନ୍ତୁ, ଜାଣିଛୁ ଆମେ ସମସ୍ତ ଲଜ୍ଜା ତ୍ୟାଗ ନକରିବା ପର୍ଯ୍ୟନ୍ତ 

ତୁମକୁ ସାମ୍ନା କରିପାରିବୁ ନାହିଁ ।  


ବେଳେବେଳେ ମୁଁ ନିଜକୁ ବୁଝେଇ କହିଥାଏ, ତୁମେ ଟିକେ ଦୁଷ୍ଟ ।  

କାହିଁକି ମୁଁ ରାଗିବି ? 

କିନ୍ତୁ ତୁମେ ତ ଜାଣିଛ ନାରୀଟିଏ କାହିଁକି ରାଗେ ?   

ତେବେବି, ଏତେ ଅଲାଜୁକ ହୋଇ ତୁମେ କିପରି ଢାଙ୍କିଦେଲ ଶାଢ଼ୀ,  

ଦ୍ରୌପଦୀର ଲଜ୍ଜା ନିବାରଣ ବେଳେ ।    

ମୁଁ କଣ ତୁମକୁ ମୋର ସଖା ମାନି ପାରିବି ?  


ମୁଁ ତୁମକୁ ଏତେ କଥା କହିଲି ବୋଲି ରାଗିଲ କି ମୋ ଉପରେ ? 

ଧନ ଟା ପରା ଭୁଲି ଯାଅ ସେସବୁକୁ ।    

ଆସ, କୃଷ୍ଣ, ମୋ ପାଖକୁ ଫେରି ଆସ ।  

ତୁମକୁ ନ ଦେଖି ମୋ ଆଖି ଏବେ ବି ଚାହିଁ ରହିଛି । 

ଦ୍ଵାରକା ତୁମକୁ, ମୋ' ପାଖକୁ କେବେ ଫେରାଇବ ??


Rate this content
Log in

Similar oriya poem from Classics