ମାନିନୀ ରାଧାର ଓଦା ଶାଢୀ
ମାନିନୀ ରାଧାର ଓଦା ଶାଢୀ
ମୁଁ ଗାଧୋଇବାବେଳେ ହିଁ ତୁମେ ମୋ ପାଖକୁ ଆସ !
ଯେତେବେଳେ ମୋ ଲୁଗା ପୁରା ଓଦା ହୋଇଯାଇଥାଏ ତୁମେ ଆସ ।
ଏବଂ ତମକୁ ଦେଖିଲେ ଓଦା ଥିଲେ ବି ମତେ ଶୋଷ ଲାଗେ ।
ଯେତେବେଳେ, ବଇଁଶିର ସ୍ୱର ଶୁଣୁ ଶୁଣୁ ଅଜାଣତରେ,
ମୋ ଶାଢ଼ୀ କାନ୍ଧରୁ ଖସିଯାଏ - ତୁମେ ପାଖରେ ହିଁ ଥାଅ ।
ଲାଗେ ସତେ ଯେପରି ଏହାକୁ ତୁମେ ହିଁ ଯୋଜନା କରିଛ ।
ସବୁ ଖସି ପଡ଼ିବାର ମୁହୂର୍ତ୍ତ ମାନଙ୍କୁ ତୁମେ କ'ଣ ଆଗରୁ ଜାଣିଛ !
ଏ କ’ଣ ତୁମେ ଏବେ ବି ମୋ ସାମ୍ନାରେ ବସିଛ !
ତୁମେ କଣ ଅନ୍ୟ ମାନଙ୍କ ପରି ମା' ଗର୍ଭରୁ ଏହିପରି ।
ନା, ତୁମେ ତ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ।
ହୀରାଟିଏ - ମୟୁରଚୁଲିଆ ନଟବର ନାଗର ।
ପ୍ରକୃତରେ, ତୁମେ ବୋଧେ ଟିକେ ଦୁଷ୍ଟ ହୋଇଯାଇଛ ।
କାରଣ, କେହି ତୁମକୁ ଅନୁଶାସନ କରୁ ନାହାନ୍ତି ।
ସମସ୍ତେ ତୁମକୁ ଭଲ ପାଆନ୍ତି ଏବଂ
କେହି ତୁମକୁ କଠୋର କଥା କୁହନ୍ତି ନାହିଁ ।
ଆଉ ଯେତେବେଳେ କେହି ତୁମର ନଖରାମିରେ ରାଗି ଯାଏ,
ତୁମେ କଣ ଯାଦୁ କର ଯେ ସେମାନେ ହସନ୍ତି ।
ଆଉ ସବୁକିଛି ରାଗ ହଜେଇ ଦେବାର ଶକ୍ତି ଥାଏ ତୁମର ସେ ହସରେ !
ବର୍ଷ ବର୍ଷ ଧରି, ତୁମକୁ ପାଇବାକୁ ତୁମ ମା' ଇଚ୍ଛା କରୁଥିଲେ ।
ଆସିଲ ତୁମେ ତାଙ୍କ କୋଳକୁ, ରହି ଅନ୍ୟ ଏକ ମା'ର ଗର୍ଭରେ ।
ଯାହା ଚାହଁ ତୁମେ ତାହା କର,
ଯେହେତୁ ସେ ବଢ଼ାଇଛନ୍ତି ତୁମକୁ, ଅତି ଗେଲ୍ହାରେ ।
ତୁମ ପାଇଁ ଯାହା ଖେଳ ଆମ ପାଇଁ ତାହା କାଳ -
ଏପରି ତ ଆମେ କହି ପାରିବୁ ନାହିଁ ।
କିନ୍ତୁ, ଜାଣିଛୁ ଆମେ ସମସ୍ତ ଲଜ୍ଜା ତ୍ୟାଗ ନକରିବା ପର୍ଯ୍ୟନ୍ତ
ତୁମକୁ ସାମ୍ନା କରିପାରିବୁ ନାହିଁ ।
ବେଳେବେଳେ ମୁଁ ନିଜକୁ ବୁଝେଇ କହିଥାଏ, ତୁମେ ଟିକେ ଦୁଷ୍ଟ ।
କାହିଁକି ମୁଁ ରାଗିବି ?
କିନ୍ତୁ ତୁମେ ତ ଜାଣିଛ ନାରୀଟିଏ କାହିଁକି ରାଗେ ?
ତେବେବି, ଏତେ ଅଲାଜୁକ ହୋଇ ତୁମେ କିପରି ଢାଙ୍କିଦେଲ ଶାଢ଼ୀ,
ଦ୍ରୌପଦୀର ଲଜ୍ଜା ନିବାରଣ ବେଳେ ।
ମୁଁ କଣ ତୁମକୁ ମୋର ସଖା ମାନି ପାରିବି ?
ମୁଁ ତୁମକୁ ଏତେ କଥା କହିଲି ବୋଲି ରାଗିଲ କି ମୋ ଉପରେ ?
ଧନ ଟା ପରା ଭୁଲି ଯାଅ ସେସବୁକୁ ।
ଆସ, କୃଷ୍ଣ, ମୋ ପାଖକୁ ଫେରି ଆସ ।
ତୁମକୁ ନ ଦେଖି ମୋ ଆଖି ଏବେ ବି ଚାହିଁ ରହିଛି ।
ଦ୍ଵାରକା ତୁମକୁ, ମୋ' ପାଖକୁ କେବେ ଫେରାଇବ ??
