ମାନବିକତା
ମାନବିକତା
ଭିନ୍ନ ଏକ ସ୍ରୋତ କରେ
ଅଦୃଶ୍ୟ ଇଙ୍ଗିତ ।
ଯେଉଁ ସ୍ରୋତେ ପୂରିଥାଏ
ପ୍ରଭୁଙ୍କ ଆଶିଷ ।୧।
ମରୁପ୍ରାନ୍ତେ ଝରିଥାଏ
ଜଳାଶୟ ହୋଇ ।
ହଜିଲା ପଥଟି ତା'ର
ଅନ୍ଧ ଥାଏ ପାଇ ।୨।
ଦି' ମୁଠା ଅନ୍ନରେ ପୂରେ
ଥାଳ ଭିକାରୀର ।
ଅଜ୍ଞାନଟି ପାଇଥାଏ
ଜ୍ଞାନ ଆଲୋକର ।୩।
ସବୁ ହୃଦୟ ଭିତରେ
ଖୋଜିଲେ ନ ମିଳେ ।
ମଣିଷପଣିଆ ଥିଲେ
ସେଇ ସ୍ରୋତ ଝରେ ।୪।