ମାନବିକ ଅଧିକାର
ମାନବିକ ଅଧିକାର
ମଣିଷ ଉପରେ ମଣିଷର ଶୋଷଣ,
ହିଂସା ଓ ଦ୍ୱେଷ
ଯୁଗ ଯୁଗ ଧରି କରିଛି କେତେ ଯେ
ଧ୍ୱଂସ ଓ ବିନାଶ ।
କିଛି ମାନବ ନିଜର ସବୁ ସ୍ୱାର୍ଥ ମାୟା
ମୋହକୁ ତେଜି
ବିଳାସ ବ୍ୟସନ କାହିଁରେ ସେମାନେ
ନରହି ନମଜ୍ଜି ।
ଭାବିଛନ୍ତି ମଣିଷର ଦୁଃଖ ସବୁ ଯାଉ
ଅପସରି
ଚିନ୍ତା ଥିଲା ମଣିଷର ଓଠରେ ହସ
ଆସିବ କିପରି ।
ସେମାନେ ସ୍ଥାପିଛନ୍ତି କୀର୍ତ୍ତି, ଧ୍ୟାନରେ
ମଗ୍ନ ହୋଇ
ସତ୍ୟର ପଥକୁ ରଚିଛନ୍ତି ଜାଣ ହେ ସବୁ
ଭଉଣୀ ଓ ଭାଇ ।
ସେମାନଂକର ବାଣୀରେ ଧରଣୀ ତ
ଉଠିଲା ଗୁଞ୍ଜରୀ
ଯାତନା ତାଡନା କଷଣ ଯେତେ ଯିବ
ଦୂରେ ଅପସରି ।
ବଂଚିବାର ସଂଗ୍ରାମରେ ସୃଷ୍ଟି ହେଲା
ମାନବିକ ଅଧିକାର
30 ଗୋଟି ମାନବିକ ଅଧିକାର ଧାରା
ଜଗତରେ ହେଲା ପ୍ରଚାର ।
ମୁକ୍ତ ଜୀବନ, ସମାନତା, ମଣିଷ ଭଳି
ମଣିଷର ଜୀବନ ଯାପନ,
ସମସ୍ତ ପ୍ରକାର ଶୋଷଣରୁ ସୁରକ୍ଷା ପ୍ରାପ୍ତି
ଅଧିକାରରେ ପାଇଛି ସ୍ଥାନ ।
ଜଗତରେ କେହି ମଣିଷ ନରହିବେ
କେବେ କ୍ଷୁଧାତୁର
ରହିଛି ସାମାଜିକ, ରାଜନୈତିକ ଓ
ଅର୍ଥନୈତିକ ନ୍ୟାୟର ଅଧିକାର ।
ଏହି ସବୁ ଅଧିକାର ହାସଲ କରିବା
ପାଇଁ ସୁବିଧା ରହିବ
ସବୁ ଦେଶର ସରକାର ଅଂଗୀକାର,
ସମସ୍ତ ସୁରକ୍ଷା ଦେବ ।
ଦେଶର ଭବିଷ୍ୟତ ନାରୀର ହାତରେ
ଗଢ଼ା ହୋଇ ଥାଏ
ତାହା ଜାଣି, ଧାରା 16 ରେ ମାତୃ ଜାତିର
ସୁରକ୍ଷା କଥା ଲେଖା ହୁଏ ।
ଆଜିର ଶିଶୁ ଯେ କାଲି ନାଗରିକ,
ଭବିଷ୍ୟତର ବିନ୍ଧାଣି
ଶିଶୁର ଦାୟିତ୍ୱ ଅଭିବୃଦ୍ଧି ଅଧିକାର
ଦିଆ ଯାଏ ଜାଣି ।
ସମସ୍ତ ଜନତା ସୁସ୍ଥରେ ରହିଲେ ସୁସ୍ଥ
ରହିବା ସମସ୍ତେ,
ବାସ୍ତବରେ ସୁଖର ଜୀବନ ବିତାଇବା,
ଖୁସିରେ ରହିବା ଜଗତେ ।
ଦାନବ ରୂପ ଧରି ଛାଡନ୍ତି ଶାସକ ଯେତେ
ଭୟଙ୍କର ରଡି
କଳା ମେଘ ବାଦଲର ଛାଇରେ ବିକଳର
ସ୍ୱର ଆସୁଅଛି ମାଡି ।
ରାଷ୍ଟ୍ର ମାନଂକର ଏଗୁଡିକ ସୁରକ୍ଷା
ପ୍ରଧାନ କର୍ତ୍ତବ୍ୟ ଅଟେ
ଏଗୁଡିକୁ ଭୁଲିଛନ୍ତି ଏ ଯୁଗର ଶାସକ
ପୁଂଜିପତିର ପୁଷ୍ଟେ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ମନରେ
ସଂକୀର୍ଣ୍ଣତା ସ୍ୱାର୍ଥ ପାଇଁ,
ସୁନ୍ଦର ସୃଷ୍ଟିକୁ ଧ୍ବଂସ କଅଣ କରି ଦେବା
କଅଣ ନିଜ ସ୍ୱାର୍ଥ ପାଇଁ ।
