Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ମାନବ ଶରୀର

ମାନବ ଶରୀର

1 min
223



ଜୀବ ଓ ପରମ ଦୁଇଟିରେ 

ଗଠିତ ଶରୀର

 ସତ୍ତ୍ୱ, ରଜ ଓ ତମ, ତିନୋଟି 

ମୂଳ ତାହାର ।


ଶରୀର ଭିତରେ ଆତ୍ମା ଅଟେ 

ବିରାଜ ମାନ 

ଚେତନାର ସମୁଦ୍ର ଅଟେ ଏ 

ମନୁଷ୍ୟ ଜୀବନ ।


ରସ, ରକ୍ତ, ମାଂସ, ମେଦ, ଅସ୍ଥି, 

ମଜା ଓ ଶୁକ୍ରରେ

ମନୁଷ୍ୟ ଶରୀର ଆମର ଗଠନ 

ହୋଇଛିରେ ।


ସବୁ ଦିବ୍ୟାଲୋକ ଓ ଅଲୌକିକ 

ଅନୁଭୁତି ଆସେରେ

ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଓ ତ୍ଵକ 

ପାଞ୍ଚ ଇନ୍ଦ୍ରିୟରେ ।


ଶାସ୍ତ୍ର ଅନୁସାରେ ଶରୀର ଏକ 

ଦେବାଳୟ 

କର୍ତ୍ତବ୍ୟରେ ଶରୀରକୁ ଭାବିବାନି 

କେବେ ହେୟ ।


ମିଳିପାରେ, ନଷ୍ଟ ହେଲେ ମିତ୍ର ଓ 

ଭୁ ସମ୍ପତ୍ତି ଥରେ

ଦୁର୍ଲ୍ଲଭ ଶରୀର ନଷ୍ଟ ହେଲେ ମିଳିବନି 

ଆଉ ଥରେ ।


ସମସ୍ତ ଦେବତା, ସିଦ୍ଧି ପୁରୁଷ, ମୁନୀ 

ଋଷି, ଶାସ୍ତ୍ରର

ସିଦ୍ଧ ବାଣୀ ପରା ଶରୀରକୁ କେବେ 

ହେଳା ନକର ।


ମନେ ରଖିବା ଏହି ବାଣୀ ଜୀବନରେ

ଯାହା ଲେଖା ଯାଇଛି ଆମରି ଶାସ୍ତ୍ରରେ ।


"ପୁନର୍ବିତ୍ତଂ ପୁନର୍ମିତନ ପୁନଭାର୍ଯ୍ୟ ପୁନରମହୀ 

ଏତସର୍ବଂ ପୁନର୍ଲଭୟଂ ନାଶରୀର ପୁନଃ ପୁନଃ"



Rate this content
Log in

Similar oriya poem from Abstract