ମାନ ଭଞ୍ଜନ
ମାନ ଭଞ୍ଜନ
କ୍ରୋଧେ କମଳିନୀ କୀଳିଲେ କିଳିଣୀ
ପ୍ରଭୁଙ୍କୁ ଧିକାରି କେତେ
ଏତେ ଦୁଃଖ ଦେଲ କି ଲାଭ ପାଇଲ
ଏକାକିନୀ କରି ମୋତେ
ନିନ୍ଦା,ବାଜିଲା ସାରା ଜଗତେ
ଆଉ କାହିଁ ପାଇଁ ଆସିଅଛ ଧାଇଁ
କେମିତି ଯିବି ପରତେ।।
ବ୍ରହ୍ମାଣ୍ଡ ଠାକୁରେ କୁହନ୍ତି ସଧିରେ
ରୋଷ କାହିଁ କର ଚିତ୍ତେ
ନେଇଥାନ୍ତି ସଖି ପାରିଲନି ଦେଖି
ସଙ୍ଗେ ଥିଲେ ଜେଷ୍ଟ ଭ୍ରାତେ
ମୋର,ହୃଦୟେ କଷଣ କେତେ
ନ ଦେଖିଲେ ଦଣ୍ଡେ ବାତୁଳ ପରାଏ
ଗଞ୍ଜଣା ଦିଅନି ଏତେ।।
ତୁମ ମନଲାଖି ଦରବ ପରଖି
ଆଣିଅଛି ମୁହିଁ ସାଥେ
ବାଟ ଛାଡ ପ୍ରିୟେ ହୋଇଣ ସଦୟେ
ଲୋକ ଲଜ୍ଜ୍ୟା ଦେବ କେତେ
ଦୁଃଖ, ସହି ପାରିଲେନି ମାତେ
ନୀଳାଦ୍ରିକୁ ବିଜେ କର ଆଦିମୂଳ
ବାରେ କ୍ଷମା କର ମୋତେ ।।
