STORYMIRROR

Kalandi pal

Inspirational

3  

Kalandi pal

Inspirational

ମାନ ଭଞ୍ଜନ

ମାନ ଭଞ୍ଜନ

1 min
195


କ୍ରୋଧେ କମଳିନୀ କୀଳିଲେ କିଳିଣୀ

   ପ୍ରଭୁଙ୍କୁ ଧିକାରି କେତେ

ଏତେ ଦୁଃଖ ଦେଲ କି ଲାଭ ପାଇଲ

   ଏକାକିନୀ କରି ମୋତେ

   ନିନ୍ଦା,ବାଜିଲା ସାରା ଜଗତେ

ଆଉ କାହିଁ ପାଇଁ   ଆସିଅଛ ଧାଇଁ

   କେମିତି ଯିବି ପରତେ।।


ବ୍ରହ୍ମାଣ୍ଡ ଠାକୁରେ   କୁହନ୍ତି ସଧିରେ

   ରୋଷ କାହିଁ କର ଚିତ୍ତେ

ନେଇଥାନ୍ତି ସଖି  ପାରିଲନି ଦେଖି

   ସଙ୍ଗେ ଥିଲେ ଜେଷ୍ଟ ଭ୍ରାତେ

 ମୋର,ହୃଦୟେ କଷଣ କେତେ

ନ ଦେଖିଲେ ଦଣ୍ଡେ ବାତୁଳ ପରାଏ

   ଗଞ୍ଜଣା ଦିଅନି ଏତେ।।


ତୁମ ମନଲାଖି    ଦରବ ପରଖି

    ଆଣିଅଛି ମୁହିଁ ସାଥେ

ବାଟ ଛାଡ ପ୍ରିୟେ ହୋଇଣ ସଦୟେ

  ଲୋକ ଲଜ୍ଜ୍ୟା ଦେବ କେତେ

  ଦୁଃଖ, ସହି ପାରିଲେନି ମାତେ

ନୀଳାଦ୍ରିକୁ ବିଜେ   କର ଆଦିମୂଳ

   ବାରେ କ୍ଷମା କର ମୋତେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational