STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ମାଲ୍ୟାର୍ପଣ ମାଆର

ମାଲ୍ୟାର୍ପଣ ମାଆର

1 min
153


ଦେଶସେବା କରି ଜୀବନ ଦେଲୁ।

ମୁଁ ବୁଢ଼ୀ ମାଆ ନହେଲି ନାଇଁ ଛୁଆ, ମାଇକିନା କଥା କ'ଣ ଟିକେ ଭାବିଲୁ।

ମୁଁ ଥିବା ଯାଏ ତୋର କିଛି ହେବନି ର ପ୍ରତିଶ୍ରୁତି ଦେଇ ମୋତେ ତ ଜିଦ୍ କରି ଯାଇଥିଲୁ 

ମୋତେ ଛୁଆ, ସ୍ତ୍ରୀ ର ଦାୟିତ୍ଵ ଦେଇ ମଝି ଦରିଆରେ ଛାଡି ଦେଲୁ।

ତୋ ଆସିବା ବାଟକୁ ଚାହିଁ ଲୁହ ଗଡ଼ାଇ,ଗଡ଼ାଇ ମୋ ଆଖି ଯାହା ଫୁଟାଇ ଦେଲୁ।

ତୋର କ'ଣ ଦୋଷ ନିଆଁ ଲଗା ଯମ ଏ କ'ଣ କଲୁ।

ବୀର ଜବାନ ଅମର ରହେ ଧ୍ୱନିରୁ ମୋତେ କ'ଣ ମିଳିବ କହିଲୁ।

ମୋ ଲୁଗା କାନିରେ କିଏ ଆଉ ମୁହଁ ପୋଛିବ।

ମୋ ଛୁଆ କାହାକୁ ବରାଦ କରିବେ ଆସିଲା ବେଳକୁ କାଶ୍ମୀର ସେଓ ବାପା ଆଣିବ। 

ମୋ ବୋହୂ ଗାଧୋଇ ଆସି ସିନ୍ଦୂର ଟୋପାଟା ମଥାରେ ଦେଇ ଓଳିଗି ହବନିରେ ଧନ।

 ଅହ୍ୟ ସୁଲକ୍ଷଣୀ ହୋଇଥା,ତୋ

 ଚୁଡି ବଜ୍ର ହୋଇଥାଉ ଆଉ କ'ଣ କହିବି କହିଲୁ।

ଭାରତ ମାତା କି ଜୟ ନାରାରେ ଗାଁ ଦାଣ୍ଡ ଫାଟି ପଡ଼ୁଚି।

ଭାରତ ମାତା ପାଇଁ ମୋ ମାଁ ଡାକ ଆଜି ବଳି ପଡିଚି।

ମୋ ପୁଅ ଶହୀଦ ହୋଇଚି।

ମୋ ପରିବାରକୁ ସାନ୍ତ୍ୱନା ଦେବାକୁ ଦେଶ ଜାଗିଚି।

'ତୁମ ପୁଅ ତୁମର ନୁହେଁ ଦେଶର'

ମୁଁ ମାଆ ଶୁଣୁଚି।

'ଅମର' ମୋର ଆଜି ଅମର ହୋଇ ତ୍ୟାଗ, ବଳିଦାନର ମୂର୍ତ୍ତି ସାଜିଚି।

ଦେଶର ଅମର ଶହୀଦ ମୂର୍ତ୍ତିରେ ମାଆ ମୁଁ ସାନ୍ତ୍ୱନା ର ମାଲ୍ୟାର୍ପଣ କରିଚି।

ନିଜକୁ ବୁଝାଇ ଦେଇଚି ମୋ ପୁଅ ମୋର ନୁହଁ ଭାରତ ମାତାର ସନ୍ତାନ ହୋଇ ଯାଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy