STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମାଗୁଣୀ କଳା ମୋହନ

ମାଗୁଣୀ କଳା ମୋହନ

1 min
263


ଶ୍ରୀପଦ ବନ୍ଦନ କରେ ନାରାୟଣ

  ଚକ୍ରଧାରୀ ଦାରୁବ୍ରହ୍ମ,

ମାଗିବା ଆଗରୁ ସବୁତ ଦେଇଛ

  କି କରିବି ନିବେଦନ,

 ତୁମେ ପରଂବ୍ରହ୍ମ ସନାତନ

ଅନିତ୍ୟ ସଂସାରେ ଲୋଡାନାହିଁ ପ୍ରଭୁ

 ଘରଦ୍ୱାର କି ବା ସୁନା ଧନ।


ଏତିକି ମାଗୁଣି ଆହେ ନୀଳମଣି

  ମୋ ବିଶେଷ ନିବେଦନ,

ତୋ ମୁଖ ଦର୍ଶନ ପରେ ବସି ଇଚ୍ଛା

    କରେ କରିବ ପୂରଣ,

  ନାମ ଧରି ତୋର ଗୁଣ ଗାଇ

ବିନା କ୍ଲେଶ ଯାତନାରେ ଚାଲୁ ଚାଲୁ

  ପ୍ରାଣଯାଉ ମୋର ଇଚ୍ଛା ଏହି।


ଦେଵା ମରିବା କି ସେବା କରିବା ଯେ

   ଅଟେ ଏସମୟେ ସ୍ଵପ୍ନ,

ଅନ୍ୟର ଦୟାରେ ପଡି ମରିବାକୁ

   ନାହିଁ ଇଚ୍ଛା ଭଗବାନ,

   ଜିଇଁ ଥାଉଁ ନେବେ ପ୍ରାଣ

ଖୁନ୍ଦାଏ ମାରିଣ ମୁନ୍ଦେ ଦେଉଥିବେ

   ଗଣୁଥିବେ ଖାଲି ଦିନ।


କେମିତି ଦେଖିବି ଆହେ କୃପାମୟ

    ସ୍ଵଚକ୍ଷୁରେ ଏ କଷଣ,

ବଞ୍ଚିଥାଉଁ ଥାଉଁ ସୋଦର ମୁହଁରେ

  ମୋ ଆତ୍ମା କ୍ରିୟାକର୍ମ ମାନ,

   ନ ଭୋଗୁ କେହି କଷଣ

ମରଣକୁ ଭୟ କରେନା କୃଷ୍ଣ ମୁଁ

  ସେବେଳେ ଦିଅ ଦର୍ଶନ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational