STORYMIRROR

Anirudha Kund

Classics

3  

Anirudha Kund

Classics

ମାଗୁଛି ଟିକିଏ ଜାଗା

ମାଗୁଛି ଟିକିଏ ଜାଗା

1 min
206


ମରଣ କାଳରେ ବରଣ କରୁଛି

   ଚରଣ ତୋହର ଜଗା

ବାହୁଡା ବେଳରେ ନିର୍ମାଲ୍ଯ ମାଗୁଛି

  ଦେବୁ ନାହିଁ ମୋତେ ଦଗା ॥୦॥


ଯାଚିକି ଦେଇଛୁ ଯାହାବି ଦେଇଛୁ

   ମାଗିନାହିଁ ତୋତେ କେବେ 

ମାଗୁଣି ଏତିକି ମୁଖେ ଥାଉ ନାମ

   ପରାଣ ଉଡିବ ଯେବେ

ସ୍ବର୍ଗଦ୍ବାରେ ତୋର ଜଳୁ ମୋ ଶରୀର

  ମାଗୁଛି ଟିକିଏ ଜାଗା ॥୧॥


ମାଟିର ଶରୀର ମାଟିରେ ମିଶିବ

  ପୁରସ୍ତମ ପୁଣ୍ୟଧାମ

ସରିଯିବ ଚିନ୍ତା ଜଳିଯିବ ଚିତ୍ତା

  ଶୁଣି ଶୁଣି ହରିନାମ

ଛାହିଁବୁ ଯେମିତି ନାଚିବି ସେମିତି

  ଛାଡିବୁନି ମୋର ପଘା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics