STORYMIRROR

PRABINA KU, KHADANGA

Abstract

2  

PRABINA KU, KHADANGA

Abstract

ମାଗୁଛି ପ୍ରେମ

ମାଗୁଛି ପ୍ରେମ

1 min
106

ଜୀବନ ଆଜି ଶେଷଥର ପାଇଁ 

ଦେଖା ଦେଇ ଚାଲିଗଲା

ହାତରେ ନେଇ ଆସିଥିଲା

ମୋର ଫେରିବାର ପତ୍ରଟିଏ

ସମୟକୁ ଟିକ୍ ଟିକ୍ ଶବ୍ଦ 

ସଂକେତ ମିଶେଇ

ଶେଷ କିସ୍ତି ଆକାରରେ

ଆଉ ମାତ୍ର କିଛି ମୁହୂର୍ତ୍ତ ଦେଇଗଲା

କିଛି ଆଶା ପୂରଣ ହୋଇଛି

କିଛି ବାକି ରହିଗଲା 

ବୋଧେ

ଆଉ ପୂରଣ ନହେବାର 

ଅଭିଶାପ କାରଣରୁ

ତୁମେ ଗଲା ପରେ ପରେ

ସବୁକିଛି ନିଜର ହୋଇ ବି

ପର ସାଜିଛନ୍ତି

ବାସ୍ ଆଉ କିଛି ମୋହ ନାହିଁ

କିଛି ଅଭିଯୋଗ ନାହିଁ କାହା ପାଖେ

ନାହିଁ ପୁଣି ଆଉ ଅଭିମାନ କିଛି

ଦୋଷ ଦେବାର ବି ନାହିଁ

ତୁମ ପାଖକୁ ଅତି ଶୀଘ୍ର ଆସୁଛି

ବେଳ ଗଡିଲା ବାସ୍ ଆଉ କିଛି ସମୟ

ଏତିକି ମାଗୁଛି ତୁମକୁ

ତୁମ ପ୍ରେମ ଯାଦୁଗରି ଆନନ୍ଦକୁ

ଆଗାମୀ ଜନ୍ମରେ ମୋର ହୋଇ ଫେରିବ

ଅପେକ୍ଷା କରିଥିବ ମୋତେ

ଆଉ ମୋ ଫେରିବା ବାଟକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract