STORYMIRROR

pratap nayak

Tragedy

3  

pratap nayak

Tragedy

ମାଗିଲି ମୋ ଅାଞ୍ଜୁଳାଏ ଲୁହ

ମାଗିଲି ମୋ ଅାଞ୍ଜୁଳାଏ ଲୁହ

1 min
14.4K


ପ୍ରତାପ ନାୟକ

୭୦୦୮୦୫୪୨୮୨


ସାଗରକୁ ମାଗିଲିି ଫେରା ମୋ ଆଞ୍ଜୁଳାଏ ଲୁହ

ଯାହାକୁ ପାଣି କହି ବୋହି ନେଲୁ

ମୋ ଆଖିରୁ ଉଜାଣୀ

ହସି ଦେଲା...ବାଲି ମେଞ୍ଚା ବିଂଚି ହେଇଗଲା

ସେଥିରୁ ମିଳିଲା ନାଲି କଂକଡା

ଆଉ ମଲା ସାମୁକା

ଗୋଡେଇଲି ନାଲି କଂକଡାକୁ

ଝଅଟକିନା ପଶି ଗଲା ବେଳାଭୂମି ଗାତେ

ଖୋଳିଲି ବେଳାଭୂମି

ହାତେ ....ଦି ହାତ

ଭେଟହେଲାନି ନାଲିକଂକଡାର

ପାଣି ବାହାରିଲା

ଚାଖିଲି ଲୁଣିଆ ଲାଗିଲା

ସତେକି ମୋ ଗାଲ ଦେଇ ଗଡି ଯାଇଥିବା ଲୁହ

ସେହି ଲୁଣିଅାତ

କଂକଡା କରିଛି ଘର ମୋରି ଲୁହରେ

ରାଗିଗଲି ......

ଭାଂଗିଲି ମଲା ସାମୁକା

ତା ପେଟରୁ ବାହାରିଲା ଚିକ୍ ମିକ୍ ମୁକ୍ତା

ଠିକ୍ ମୋ ଗାଲରେ ମଖା ଲୁହ ବିନ୍ଦୁ ପରି

ଚକ୍ ଚକ୍....ବେଶି ରାଗିଲି ମୁଁ !

ଫାଜିଲ୍ ଦେଖାନା

ଫେରା ମୋ ଆଞ୍ଜୁଳାଏ ଲୁହ

ଦୋରସ୍ତ କଲି.....

ପୁଣି ହସିଲା ....ଠାରିଲା ତା ଲହଡି ଆଡେ

ରାଗେ ପଶିଗଲି ଲହଡି ଭିତରେ

ଉପରକୁ ଟାଣିଆଣି ଫୋପାଡିଲା ମୋତେ

ପାଟିରେ ମୋ ପାଟିଏ ବାଲି ମିଶା ପାଣି

ବାଲିଆ ଲୁଣିଆ ସ୍ୱାଦ ତାର!

ସତେକି ମୋ ଗାଲରେ ଆସି ବୋହୁଥିବା

ଧୁଳି ମିଶା ଲୁହ!

କେତେ ଜଣଙ୍କ ଲୁହ ପୁରେଇ ତା ପେଟରେ ହେଇଛି ସାଗର ?

ରାଗିକି ଫେରେଇଲାକି ମୋ ଆଞ୍ଜୁଳାଏ ଲୁହ

ଅଭିମାନ କଲାକି ?

ମୋ ଉପରେ ସେ

ସେପାଇଁ ଫେରେଇଲା ମତେ

ଯିଦି ନକରି ଭୁଲ ମାଗିନେଲି

କାନଧରି ଶପଥ ବି କଲି

ଆଉ ମାଗିବିନି କେବେ!

ଆଉ ମାଗିବିନି କେବେ ମୋ ଆଞ୍ଜୁଳାଏ ଲୁହ

ପିଇ ଥାଉ ଲୁହ

ପିଇ ଥାଉ ଆଉ ହେଇ ଥାଉ

ଫୁଲେଇ ସାଗର

ମୁଣ୍ଡ ପିଟୁଥାଉ ବେଳାଭୂମି ପରେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy