STORYMIRROR

Ghanashyam Jena

Abstract Inspirational

4  

Ghanashyam Jena

Abstract Inspirational

ମାେ ଗାଁ ଘନଶ୍ୟାମ ଜେନା

ମାେ ଗାଁ ଘନଶ୍ୟାମ ଜେନା

1 min
419


ଆମ୍ର ନାରିକେଳ ବନ ଘେରା ମୋର ଗାଆଁ

ଭାରିଭଲ ଲାଗେ ମୋତେ ସଦା ତାର ନାଆଁ

ତାର ଶୀତଳ ପବନ

ସବୁଜ କେଦାର ଘେରା କେତେ ଗିରି ବନ।୧।    

ନାନା ଦେବଦେବୀଙ୍କର ମନ୍ଦିର ବିରାଜେ

ନିତି ସଞ୍ଜ ସକାଳରେ ଘଣ୍ଟା ଘଣ୍ଟି ବାଜେ

ଶୁଭେ ଶୁଭ ଶଙ୍ଖ ଶ୍ୱନ

ତାଳ ମୃଦଙ୍ଗର ତାନେ ଉଚ୍ଛୁଳେ ଗଗନ।୨।

ବାର ମାସେ ତେର ପର୍ବ କରନ୍ତି ପାଳନ

ରଜ ଦଶହରା ଦୋଳ ଆଦି ପର୍ବ ମାନ

ନିତି ଜଳେ ସଞ୍ଜ ବତି

ଚଉରା ମୂଳରେ ଦେଇ ମଙ୍ଗଳ ଆଳତି।୩।

ମୋ ଗାଆଁର ଚାଷୀକୁଳ ଅଟନ୍ତି ସରଳ

ଉପୁଜାନ୍ତି ଏଠି ଜାତି ଜାତିକା ଫସଲ

ଧାନ, ମୁଗ, ବିରି, ରାଶି

ନାନା ଜାତି ପରିବା ରେ କ୍ଷେତ ଥାଏ ହସି।୪।

ନଦୀ ପୁଷ୍କରିଣୀ ଜଳ ଅତି ନିରିମଳ 

ବିକଶି ଦିଶଇ ତହିଁ କଇଁ,ଶତଦଳ

ଖେଳେ ହଂସ ଦଳ ଦଳ,

ମାଛରଙ୍କା ପକ୍ଷୀ ଉଡି ଦିଶଇ ମଞ୍ଜୁଳ।୫।

ମାେ ଗାଆଁ ଲାଗଇ ମୋତେ ସରଗ ସମାନ

ବିରାଜଇ ଯହିଁ ସଦା ସୁଖ ଶାନ୍ତିମାନ

ପରିବେଶ ତା ସୁନ୍ଦର

ଶାନ୍ତ ସରଳ ଜୀବନ ଚଳନି ମଧୁର।୬।



Rate this content
Log in

Similar oriya poem from Abstract