STORYMIRROR

Puspanjali Sahu

Inspirational

3  

Puspanjali Sahu

Inspirational

ମାଆର ସ୍ପର୍ଶ

ମାଆର ସ୍ପର୍ଶ

1 min
264

ଜୀବନଟା ସାରା କେତେ ସ୍ପର୍ଶ ମିଳେ

ସବୁ ତ ଲାଗେନା ମିଠା,

ମାଆ ହାତ ସ୍ପର୍ଶ ସବୁଠାରୁ ମିଠା

ମିଶି ତା ମମତା ଛିଟା।

ମାଆ ସ୍ନେହ ସତେ ଅମୃତ ସମାନ

ଦେବତା ହୁଅନ୍ତି ଖୋଜି,

ସେଥିପାଇଁ ବୋଧେ ମରତେ ଆସନ୍ତି

ଦେବତା ମାନବ ସାଜି।

ରୋଗ ଶେଜେ ଯେବେ ମାଆ ଛୁଇଁ ଦିଏ

ଦେହରୁ ଦରଜ ହଜେ,

ଅନ୍ଧାର ବାଟରେ ହାତ ଧରିଦେଲେ

ମନେ ବୀର ବାଜା ବାଜେ।

ମାଆ ହାତ ଛୁଆଁ ମନରେ ଭରଇ

ଅସୀମ ସାହାସ ଶକ୍ତି,

ଦୁନିଆରେ ଦିନେ ବଡ଼ ହୁଏ ସିଏ

ଯିଏ ମାଆ ପାଦେ ରଖେ ଭକ୍ତି।


Rate this content
Log in

Similar oriya poem from Inspirational