STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଆଲୋ ବିରଜା

ମାଆଲୋ ବିରଜା

1 min
229

ମାଆ ଲୋ ବିରଜା ଦକ୍ଷଙ୍କ ତନୁଜା

   ମାତା ସତୀ ନାମ ନେଇ

ଅର୍ପିଲ ଜୀବନ ଶିବଙ୍କ ଚରଣେ

   ପତି ରୂପେ ତାଙ୍କୁ ପାଇ

   ମାତା ତୁମେ ମହାମାୟୀ l0l


ପିତା ଯଜ୍ଞ କଲେ ଦକ୍ଷ ପ୍ରଜାପତି

   ଶିବଙ୍କୁ ଦେଲେ ସରମ

ରାଗ ଅଭିମାନ ଶୁଝାଇଲେ ପିତା

   ଭୁଲିତ ବାତ୍ସଲ୍ୟ ପ୍ରେମ

ସର୍ବ ଦେବଦେବୀ ବରିଲେ ଯଜ୍ଞଙ୍କୁ

   ଶିବଙ୍କୁ ବରିଲେ ନାହିଁ l1l


ଦୁଃଖ କରି ମାତା ଶିବଙ୍କ ଚରଣେ

   ଯିବା ପାଇଁ କଲେ ଅଳି

କ୍ରୋଧ ଶାନ୍ତ କରି ମାତାଙ୍କ ବଚନେ

   ସମ୍ମାନକୁ ଦେଲେ ବଳି

ବରଣୀ ନ ପାଇ ଯଜ୍ଞ ସ୍ଥଳେ ଯାଇ

   ବିଜେ ସତୀ ସାଥେ ନେଇ l2l


ଦକ୍ଷ ପ୍ରଜାପତି ଦେଖି ଯଜ୍ଞ ସ୍ଥଳେ

   ଶିବେ ଦେଲେ ଅପମାନ

କ୍ରୋଧେ ସତୀ ମାତା ଝାସ ଦେଇ କୁଣ୍ଡେ

   ହାରିଲେ ସେଠାରେ ପ୍ରାଣ

ତାଣ୍ଡବ ରଚିଲେ ଡମ୍ବରୁ ବଜାଇ

   ପ୍ରଭୁ କ୍ରୋଧେ ବଶ ହୋଇ l3l


ତିନିପୁର ହେଲା କ୍ରୋଧେ ଥରହର

   ଶିବଙ୍କ ତାଣ୍ଡବ ନୃତ୍ୟେ

ସତୀଙ୍କର ପିଣ୍ଡ କରି ଖଣ୍ଡ ଖଣ୍ଡ

   ଫିଙ୍ଗି ଦେଲେ ନିଜ ହାତେ

ପଡି ଯାଜପୁରେ ସତୀ ଅଂଶ ଯାଇ

   ସୃଷ୍ଟି ହେଲେ ବିରଜାଇ l4l

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational