ମାଆକୁ ନଦେବା ଦୁଃଖ
ମାଆକୁ ନଦେବା ଦୁଃଖ
ମାଆର ପଣତ ସନ୍ତାନର ପାଇଁଁ
ଅଟଇ ଶୀତଳ ଛାଇ ,
ସେ ପଣତ ତଳେ ରହି ଥିଲେ ପିଲା
କାହାକୁ ତା ଡର ନାହିଁ ।
ଅସରନ୍ତି ସ୍ନେହ ସନ୍ତାନ ର ମୋହ।
କଳି ହେବ ନାହିଁ ମୂଲ୍ଯ ,
ମାଆ ଭଳି ହେବ ଆଉ କେ ସଂସାରେ
କେହି ନାହିଁ ତା'ର ତୁଲ୍ୟ ।
ମାଆ ଆଶୀର୍ବାଦ ଅମୋଘ ଅସ୍ତ୍ର ଟେ
ଦିଏ ଟାଳି ସବୁ ବାଧା,
ପ୍ରେମ ଅସୁମାରି ବିଶାଳ ହୃଦୟ
ଅମାପ ତା ସ୍ନେହ ଶ୍ରଦ୍ଧା ।
ମାଆର ମମତା ଅମୃତ ସମାନ
କୋଳ ଦିଏ ସ୍ଵର୍ଗ ସୁଖ ,
ପଣ କର ଏବେ ଆଜିଠୁଁ କେବେହେଁ
ନଦେବ ମାଆକୁ ଦୁଃଖ ।