Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

3  

Pranati Panda

Inspirational

ମାଆ

ମାଆ

1 min
180



ଶରୀର ମନ୍ଦିରେ ହୃଦ ସିଂହାସନେ

         ବିରାଜ କରିଛୁ ମାଆ ,

ସେହି ସିଂହାସନେ ମା ଗୋ ସୁପ୍ରସନ୍ନେ

       ହୋଇଥିବୁ ମାଆ ସାହା ।


ମାଆ ଗୋ ସରସ୍ୱତୀ ତୁହି ଭଗବତୀ

       ଦେବୀ ପରମା ଜନନୀ ,

ତୁ ମୋହର ଆଶା ତୁହି ମାଆ ଭରସା

       ମାଆ ଗୋ ତୁହି ବୀଣାପାଣି ।


ମାଆ ବିଦ୍ୟାଦାତ୍ରୀ ସାବିତ୍ରୀ, ଗାୟତ୍ରୀ

         ନାନା ରୂପେ ଅଧିଷ୍ଠାତ୍ରୀ ,

ଭକତ ବତ୍ସଳା ସଦା ସ୍ନେହଶୀଳା 

       ମାଆଗୋ ତୁ ଜଗଦ୍ଧାତ୍ରୀ ।


କଳି ଯୁଗେ ମାଆ ତ ବୁଦ୍ଧି କଳୁଷିତ

     ଜ୍ଞାନ ନେତ୍ର ମାଆ ତୁ ମୋର ,

ମୁଁ ବିବେକହୀନ ଦିଅ ସଦ୍ ଜ୍ଞାନ

     ଶରଣ ମାଆ ତୋ ପୟର ।


  


Rate this content
Log in

Similar oriya poem from Inspirational