ମାଆ
ମାଆ
ଅମୃତ ଝରା ଏ "ମାଆ" ଶବ୍ଦଟି ପ୍ରତ୍ୟେକ ପ୍ରାଣୀ
ହୃଦୟରେ ମମତାର କୁଳୁକୁଳୁ ଝରଣା
ସୃଷ୍ଟି କରିଦିଏ ।
ଯାହା ହେଲେ ସୁଧା ନିଜ ଅନ୍ତର ଆତ୍ମାରେ ଭକ୍ତିର
ଭାବଧାରା ଯାହା ପାଇଁ ଝରୁଥାଏ ସେ
ଆଉ କେହି ନୁହେଁ, ସେ ହେଉଛି ଆମର
ଜନ୍ମଦାତ୍ରୀ ମାଆ ।
ସୃଷ୍ଟି ସର୍ଜନାର କ୍ଷମତା ଥିବାରୁ ପିତାଙ୍କର ବ୍ରହ୍ମ
ଧାରଣ କରି ଦଶମାସ ଦଶଦିନର ଗର୍ଭ କଷଣ ସହ୍ୟ
ପରେ ଯେ ଆମକୁ ଏ ଦୁନିଆଁକୁ ଆଣି ଗଢି ତୋଳିଛି
ସେ ଆମ ମାଆ ।
ନିଜ ଯୌବନକୁ ବଳି ପକାଇ ଅମୃତ ଦାନରେ ଯେ
ଛୋଟ ଶିଶୁଟିକୁ ଯୌବନର ପାଦ ଦେଶକୁ ଆଣି
ପାରେ ସେ ଆଉ କେହି ନୁହେଁ, ଆମ ମାଆ ।
ସନ୍ତାନର ଦୁଃଖ, ଯନ୍ତ୍ରଣା ଦେଖି ଅସହ୍ୟ ହୋଇ ପଡେ,
ଆଖିରୁ ଲୋତକ ଝରାଏ,ସେ ସ୍ଥିର ହୋଇ ରହି
ପାରେନା କେତେ ବ୍ରତ, ଉପବାସ, ମାନସିକ
କରିପକାଏ ସେଇ ପ୍ରେମମୟୀ ପରା ମାଆ ।
ଜୀବନର ଶେଷ ନିଶ୍ବାସ ପ୍ରଯ୍ୟନ୍ତ ଯାହାର ମନ
ପ୍ରାଣରୁ କଲ୍ୟାଣର ଆଶିଷ ରହିଥାଏ ସେ ମାଆ ।
ହେଲେବି କାହିଁକି ବୁଝି ପାରେନା ଏ ମାନବ ସମାଜ
ଦୁଃଖ ପରେ ଦୁଃଖ ଲୋଦି ଦିଏ ମାଆ ଉପରେ ।
ପାଇ ପାରେନା ସେ ସନ୍ତାନର ଟିକିଏ ସୁଖ, ବଞ୍ଚିତ ହୁଏ ।
ତାର ସବୁ ଆଶା ଆକାଂକ୍ଷା ଧୂଳିସାତ୍ ହୋଇ
ମାଟିରେ ମିଶିଯାଏ ।
ଶେଷ ଅବସ୍ଥାରେ ଜରାଶ୍ରମ ଜଗିବାକୁ ପଡିଥାଏ ।
ଏମିତି କାହିଁକି ହୁଏ???
ପୁଅ ମାନଙ୍କ ମନର ଭାବନା ଏମିତି ହୋଇଯାଏ ଯେ
ବୃଦ୍ଧ ହୋଇଗଲେ ମାଆ ଆମପାଇଁ ବୋଝ ।
କିନ୍ତୁ ଥରେ ଚିନ୍ତା କରନା ଦେଖି ଜନ୍ମ ପରଠୁ କେତେ ଦିନ ପର୍ଯ୍ୟନ୍ତ ତୁମେ ତାଙ୍କ ଉପରେ ବୋଝ ହୋଇ ଥିଲ ।
ସେତେ ବେଳେ କାହିଁ ସେଇ ମାଆ ତୁମକୁ ବୋଝ ବୋଲି
ଭାବି ନଥିଲା, ବରଂ ଅତି ଆଦର ଯତ୍ନରେ ଲାଳନ ପାଳନ
କରି ଗଢି ତୋଳିଲା ।
ମନରେ ଗୋଟିଏ ଆଶାରଖି
ଯେ ଆମ ବୃଦ୍ଧ ଅବସ୍ଥାରେ ପେଟକୁ ଗଣ୍ଡେ ଦାନା ଦେବ,
ଆଶା ବାଡି ହୋଇ ପାଖରେ ରହିବ । ହେଲେ ଏବେ
ସମାଜରେ ଫଳ ଅଲଟା ପରିଲକ୍ଷିତ ହେଉଛି ।
ଯେ ସନ୍ତାନ ମାଆର ଏଇ ଇଚ୍ଛା ପୂରଣ କରି ନପାରେ ସେ କେବେ ସୁଖୀ ହୋଇ ପାରେନା ।
ଜୀବନରେ ତାର ଶାନ୍ତି ଆସେ ନାହିଁ । କାହିଁକିନା
ସେ ନିଜେ ନିଜ ସନ୍ତାନକୁ ଏଇ ଶିକ୍ଷା ଦେଇଥାଏ ।
ତାର ଫଳ ସ୍ବରୂପ ନିଜକୁ ମଧ୍ୟ ଏହିପରି ଅବସ୍ଥା
ଭୋଗିବାକୁ ପଡେ । ତେଣୁ ସାଧୁ ସାବଧାନ !!!