STORYMIRROR

Priyanaka daya Kari nema kyha

Classics Inspirational Others

3  

Priyanaka daya Kari nema kyha

Classics Inspirational Others

ମାଆ

ମାଆ

1 min
253


ମାଆ -ମାଆ ର ନାମ ରେ ସ୍ୱାଦ ମିଠା,

ଯାହାକୁ ଈଶ୍ୱର ଙ୍କ ଠାରୁ ସେ ବଡ଼ ଦେବତା ।



ମାଆ -ସେହ୍ନମୟୀ ସେ କରୁଣାମୟୀ, ଜନ୍ମଦାତ୍ରୀ,

ଯାହା ପାଇଁ ଜୀବନ ଦାନ ପାଇଲି ମୁହିଁ ।



ମାଆ -ଚିରବନ୍ଦିତା, ଚିରମୟୀ, ଚିରପୂଜ୍ୟୟୀନି,

କରେ ସେହି ସେବା ହିଁ ପୁଣି ।



ମାଆ *-ଧରିତ୍ରୀ, ଧରଣୀ, ବସୁନ୍ଧରା, ମାଟି,

ଏଥିରେ ଭରା ଭରା ମାଆ ର ସେହ୍ନ ଟି ।



ମାଆ *-ଈଶ୍ୱର ବି ହାରି ଥାଏ ତା ପାଖେ,

ମାଆ ର ମାତୃତ୍ବ ଶକ୍ତି ଏତେ ।



ମାଆ *-ପଶୁ ଠାରୁ ଯେତେ ଜୀବ ଜଗତ,

ସଭିଙ୍କର ମାତୃତ୍ବ ହିଁ ଲୋଡିତ ।



ମାଆ *-ଅମୃତ ଝରା ତା ସେ ଦେହର ଖାଦ୍ୟ,

ଯେଉଁଥିରେ ମୋର ପୁରୀ ଥିଲା ପେଟ ।



ମାଆ *-ଜଗତ ଜନନୀ, ଜଗଦ୍ଧାତ୍ରୀ, ଜଗତେସ୍ୱରୀ,

ମାତୃତ୍ୱ ଲାଭ କରିଥିଲେ ସେ ବି ଈଶ୍ୱରି ।



ମାଆ *-ସ୍ୱର୍ଗ ରୁ ଧରା କୁ ଆସିଲେ ଧାଇଁ,

ନାରାୟଣ ମାଆ ର କୋଳ ପାଇଁ ।


ମାଆ *-ବନ୍ଦେମ ବନ୍ଦେମ ସଦା ପୂଜ୍ୟତି,

କେଵଳ ମାତୃ ଶକ୍ତି ହିଁ ଅଛି ।



ମାଆ *-ସମସ୍ତ କଷ୍ଟ କୁ କରେ ସେହି ଦୂର,

ସେହି ଏକା ଥିଲେ ମାଆ ମୋର ।



ମାଆ *-ଯାହା ପାଇଁ ମୁଁ ହେଲି ପ୍ରତିଷ୍ଠିତ,

ଦେଖାଇ ଥିଲା ସେ ସତ୍ୟ ର ଆଲୋକ ।



ମାଆ *-ଗୁରୁ, ଈଶ୍ୱର, ଠାରୁ ସେ ବଳି,

ସେହି ବିଦ୍ୟା ଦାତ୍ରୀ ମୋହରି ।




ମାଆ *-କନ୍ୟା, ଭଗିନୀ, ପତ୍ନୀ, ଈଶ୍ୱରି,

ନାରୀ ହିଁ ମାତୃତ୍ୱ କୁ ଲାଭ କରି ।






Rate this content
Log in

Similar oriya poem from Classics