STORYMIRROR

Pranati Mahapatra

Classics

3  

Pranati Mahapatra

Classics

ମାଆ ତୁମ ଆଗମନେ

ମାଆ ତୁମ ଆଗମନେ

1 min
298


କି ଅପୂର୍ବ ଶୋଭା ଦିଶେ ଏ ପୃଥିବୀ

ମାଆ ତୁମ ଆଗମନେ,

ନଈପଠାରେ ତ ଶୁଭ୍ର କାଶତଣ୍ଡୀ

ହସି ହସି ନାଚେ ତାନେ,

ମାଆ ତୁମ ଆଗମନେ


କୈଳାସ ନନ୍ଦିନୀ ତ୍ରିଶୁଳ ଧାରିଣୀ

ଶୈଳପୁତ୍ରୀ ମା ଜଗଜ୍ଜନନୀ,

କୃପାମୟୀ ମାଆ ଶକ୍ତି ସ୍ଵରୁପିଣୀ

ଦୂରିତ ନାଶିନୀ ଗିରିନନ୍ଦିନୀ,

ମନ୍ଦାର ମାଳକୁ ଭକ୍ତ ଧରି ହସ୍ତେ

ପୂଜିବାକୁ ସେହି କ୍ଷଣେ।

ମାଆ ତୁମ ଆଗମନେ


ରଖିଛି ସଜାଡି ମନର ଚଞ୍ଚଳେ

 ଫୁଲଧୂପ ଭୋଗ ଥାଳି,

ବାରତା ଦେଲାଣି ଶରତ ମରତେ

ତୁମ ନାମେ ଦୀପ ଜାଳି,

ପାପ ତାପ ଦୁଃଖ ହରି ନିଅ ମାଆ

 ଶାନ୍ତି ଭର ଧରାଧାମେ।

ମାଆ ତୁମ ଆଗମନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics