STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମାଆ ତୋତେ ପ୍ରଣାମ

ମାଆ ତୋତେ ପ୍ରଣାମ

1 min
225

ମାଆ ପରି କିଏ ହେବରେ

କେତେ କଷ୍ଟ ସେହି

ଜନମ ଦେଇଛି

 ତା ପରି କିଏ ହେବରେ।


ଅଧା ପେଟ ଖାଇ ମୋତେ ଖୁଆଇଛି

ନିଜେ ଚିରା ପିନ୍ଧି ନୂଆ ପିନ୍ଧାଇଛି

ଅଳି କଲେ ମୋତେ ସରଗରୁ ଚାନ୍ଦ

ତୋଳି ଆଣି ଧରାଇଚିରେ।

 ମାଆ ପରି କିଏ ହେବରେ ।


ସ୍ନେହରେ ସାଗର

ଧୈର୍ଯ୍ୟରେ ଧରିତ୍ରୀ

ମୋର ସବୁ ସୁଖ

ଥାଏ ସଦା ଚିନ୍ତି

ଦିଅଁଙ୍କ ନିକଟେ ମୋ ସୁଖ ମନାସି

ଆଖି ଲୁହ ଢାଳି ଥାଏରେ।

 ମାଆ ପରି କିଏ ହେବରେ।


ସାତ ଜନମରେ ମାଆର ଋଣକୁ

ଶୁଝିଛି କିଏରେ ତାହାର ତ୍ୟାଗକୁ

ମାନବୀ ରୂପରେ ଦେବୀ ମୋର ମାଆ

 ଭୁଲିବି ନାହିଁ ମୁଁ ତାହାରେ।

ମାଆ ପରି କିଏ ହେବରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational