ମାଆ ତୋତେ ପ୍ରଣାମ
ମାଆ ତୋତେ ପ୍ରଣାମ
ମାଆ ପରି କିଏ ହେବରେ
କେତେ କଷ୍ଟ ସେହି
ଜନମ ଦେଇଛି
ତା ପରି କିଏ ହେବରେ।
ଅଧା ପେଟ ଖାଇ ମୋତେ ଖୁଆଇଛି
ନିଜେ ଚିରା ପିନ୍ଧି ନୂଆ ପିନ୍ଧାଇଛି
ଅଳି କଲେ ମୋତେ ସରଗରୁ ଚାନ୍ଦ
ତୋଳି ଆଣି ଧରାଇଚିରେ।
ମାଆ ପରି କିଏ ହେବରେ ।
ସ୍ନେହରେ ସାଗର
ଧୈର୍ଯ୍ୟରେ ଧରିତ୍ରୀ
ମୋର ସବୁ ସୁଖ
ଥାଏ ସଦା ଚିନ୍ତି
ଦିଅଁଙ୍କ ନିକଟେ ମୋ ସୁଖ ମନାସି
ଆଖି ଲୁହ ଢାଳି ଥାଏରେ।
ମାଆ ପରି କିଏ ହେବରେ।
ସାତ ଜନମରେ ମାଆର ଋଣକୁ
ଶୁଝିଛି କିଏରେ ତାହାର ତ୍ୟାଗକୁ
ମାନବୀ ରୂପରେ ଦେବୀ ମୋର ମାଆ
ଭୁଲିବି ନାହିଁ ମୁଁ ତାହାରେ।
ମାଆ ପରି କିଏ ହେବରେ