STORYMIRROR

Trushna Das

Classics

3  

Trushna Das

Classics

ମାଆ ସର୍ବ ମଙ୍ଗଳା

ମାଆ ସର୍ବ ମଙ୍ଗଳା

1 min
277

   


ମାଆ ଲୋ ରକ୍ଷାକାରିଣୀ ମାଆ 

ପାତକହାରିଣୀ ତୁମେ ଯେ ମାଆ

ସୃଷ୍ଟିକାରିଣୀ ମାଆ ଲୋ ମାଆ

ତୁମେ ପରା ମୋ ସର୍ବ ମଙ୍ଗଳା ମାଆ।।


ଅନ୍ୟାୟ ଅନୀତି ସହି ପାରନି ପରା ମାଆ

ସବୁବେଳେ ଭକ୍ତର ସାଥିରେ ଥାଅ ପରା ମାଆ

ତୁମେ ଯେ ମଙ୍ଗଳକାରିଣୀ

ମାଆ ତୁମେ ପରା ପାପ ଦୁଃଖ ହାରିଣୀ।।


ରକ୍ଷା କର ମାଆ ସର୍ବ ମଙ୍ଗଳା 

ଗୁହାରି କରୁଛି ତୁମ ଭକ୍ତ ପରା

ଜାଣିନି କେଉଁ ଜନ୍ମର ଫଳ ପାଉଛି ସେ ଯେ 

ସବୁ କିଛି ସହି ଅପେକ୍ଷା କରିଛି ତୁମକୁ ଯେ।।


ମାଆ ଛୋଟ ବେଳୁ ତୁମେ ମୋ ପୂଜିତ

ମୁହିଁ ତୁମ ପାଖରେ ନିଜକୁ କରିଛି ସମର୍ପିତ 

ବୁଝି ପାରୁ ନାହିଁ କେଉଁଠି ମିଛ କେଉଁଠି ସତ

ମହ ମାୟାର ସଂସାରରେ ଦେଖାଅ ମୋତେ ସତ ମାର୍ଗ।।


ମୋ ମାଆ ମଙ୍ଗଳା, ତୁମେ ଯେ ରକ୍ଷାକାରିଣୀ

ଭ୍ରମ ଦୁନିଆରେ ଯାଇଛି ମୁହିଁ ବୁଡ଼ି 

ବାରି ପାରୁନି ସତ୍ୟ ମିଛର ପାର୍ଥକ୍ୟ 

ମାଆ ଦେଖାଅ ସତ ମାର୍ଗ 

ହୋଇ ମୋ ମାର୍ଗଦର୍ଶିକା।।


ତୁମେ ଯେ ମାଆ ମଙ୍ଗଳା, ତୁମେ ପୁଣି ଆଦିଶକ୍ତି,

ତୁମେ ଯେ ମାଆ ଦୁର୍ଗା, ମାଆ ତାରିଣୀ, 

ତୁମେ ଯେ ମାଆ ଶାରଳା, ମାଆ ଚଣ୍ଡୀ, ମାଆ ସତୀ,

ତୁମର ଯେ ନାମ ଅନେକ ମାତା କାମାକ୍ଷା, ମାଆ କାଳୀ, ମାତା ପାର୍ବତୀ, ମାତା ଶକ୍ତି।। 


ଶଙ୍ଖ ଚକ୍ର ଆୟୁଧ ମାଆ ତୁମର 

ତୁମେ ଯେ ମାଆ ସାରା ଜଗତର

କେମିତି ସହିଛ ମାଆ ତୁମ ଭକ୍ତ ପ୍ରତି ଏ ଅନ୍ୟାୟ ଅତ୍ୟାଚାର 

ତୃତୀୟ ଆଖି ଖୋଲି ମାଆ କର ବିଚାର।।


ତୁମେ ଯେ ମାଆ ଆଦିଶକ୍ତି 

ଶିବ ବାବାଙ୍କ ଅର୍ଦ୍ଧାଂଗିନୀ  

ରକ୍ଷାକର ହେ ବିପଦନାଶିନୀ

ତୁମର ଯେ ଭକ୍ତ ହତଭାଗିନୀ।।


ତୁମେ ଯେ ମାଆ ସର୍ବ ମଙ୍ଗଳା, ରକ୍ଷାକାରିଣୀ

ତୁମ ବିନା ମୋର ଅନ୍ୟ ଗତି ନାହିଁ 

ମୋ ମୁଣ୍ଡ ଉପରେ ରଖ ତୁମ ହାତ ହେ ମାଆ ମଙ୍ଗଳମୟୀ

କର ମୋତେ ଅହିସୁଲକ୍ଷଣୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics