STORYMIRROR

Hasyamayee Raj

Abstract

2  

Hasyamayee Raj

Abstract

ମାଆ ଶବ୍ଦ ଚମତ୍କାର

ମାଆ ଶବ୍ଦ ଚମତ୍କାର

1 min
3.2K


ଜନମ ଦିଏ ସେ ଜୀବନ ବି ଦିଏ

ମମତାର ପାରାବାର

ତା' ପଣତ କାନି ଦୁଃଖକୁ ଘୋଡାଏ

ମାଆ ଶବ୍ଦ ଚମତ୍କାର ।।


କ୍ଷମା ସେବା ଆଉ ସହନଶୀଳତା 

ତ୍ଯାଗ, ତିତିକ୍ଷା ତା ସ୍ବର

ସନ୍ତାନ ବେଦନା ବ୍ଯଥାକୁ ଦେଖିଲେ

ବହେ ଲୁହ ଧାର ଧାର ।।


ନିଷ୍କାମ ସେବା ତା ଅନନ୍ଯ ମହାନ

ହୃଦୟୁ ଦେଇ ଅମୃତ

ଜୀବନଟା ତାର ଆରପି ଦିଏ ସେ

ପରିବାର କରି ପ୍ରୀତ ।।


ମାତୃ ପୂଜା ପାଏ ଯୁଗେ ଯୁଗେ ପରା

ନ ଭାବିଲେ ନିଜ ପର

ନମସ୍ଯ ହୋଇଲେ ଗାନ୍ଧାରୀ ମାତା

ପୂଣ୍ୟ ନିଦର୍ଶନ ତାର ।।


ସାଥୀ ହୁଏ ଯଦି ଜରା ନିବାସ ତା

ହୋଇ ଅସହାୟା ନିର୍ଯ୍ୟାତିତା

ନିରବ ତାହାର ତପ୍ତ ଅଶ୍ରୁ ଧାର

ଧ୍ବଂସର ଦିଏ ବାର୍ତ୍ତା ।


ପ୍ରକୃତ ସନ୍ତାନ ବୋଲାଇବ ଯେବେ

ପୋଛିବ ତା ଆଖି ଲୁହ

ସ୍ବର୍ଗ ଦେବାଦେବୀ ସନ୍ତୁଷ୍ଟ ହୋଇବେ

ଶାନ୍ତିର ଛୁଟିବ ସୁଅ ।।


ଆଶୀର୍ବାଦ ତାର ଲାଭ କରିବାକୁ

ସଦା ହୁଅ ଆଗଭର

ଜୀବନର ଯେତେ ଘାତ ପ୍ରତିଘାତ

ସବୁ ହୋଇଯିବ ଦୂର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract