STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମାଆ ରୂପରେ ନଦୀ

ମାଆ ରୂପରେ ନଦୀ

1 min
105

ଯେ ଦେଶେ ନଦୀ ମାଆ ରୂପରେ

ଜଗତେ ପାଏ ପୂଜା

ସେହି ମୋ ଦେଶ ଜନମ ଭୂମି

ଗରୀୟାନ ତା ଧ୍ଵଜା।

ଗଙ୍ଗା ଯମୁନା ନର୍ମଦା ତାପ୍ତୀ

କୃଷ୍ଣା କାବେରୀ ପରି

ମହାନଦୀ ଓ ଗୋଦାବରୀ ଟି

ସଭିଙ୍କ ଦୁଃଖ ହାରି।

ନଦୀ ସାଗର ପାପର ଭାର

କରନ୍ତି ଏଠି ଦୂର

ସୁନାର ଦେଶ ନାମ ବିଖ୍ୟାତ

ଜାଣଇ ମହୀପୁର।

ଶସ୍ୟ ଶ୍ଯାମଳା କରନ୍ତି କ୍ଷେତ

ପ୍ରଦାନ କରି ଜଳ

ଅନ୍ଧାର ଘରେ ବିଜୁଳି ଜଳେ

ଚାଲୁଛି କେତେ କଳ।

ମୋ ଦେଶ ପରି ଦେଶଟେ କାହିଁ

ସୁନ୍ଦର ମହୀତଳେ

ରଖିବା ତା'ର ନାମ ଓ ଯଶ

ସଫଳ କର୍ମ ବଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract