Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

0.4  

Sadananda Sahoo

Inspirational

ମାଆ'ର ମମତା

ମାଆ'ର ମମତା

1 min
551


ମାଆ ପରି କେହି ନାହିଁ ଏ ଜଗତେ

ମମତାର ଗନ୍ତାଘର

ମାଆର ବିକଳ୍ପ ସତେ ଉପହାସ

ଶବଦ ନୁହେଁ ମଞ୍ଜୁର ।

ଚିର ହାସ୍ୟମୟୀ ଚିର ଲାସ୍ୟମୟୀ

ମାଆ ପରା ସର୍ବସଂହା

ଚିରନ୍ତନ ସତ୍ୟ ମାଆ ସ୍ନେହ ପ୍ରେମ

ମାଆ କୋଳେ ମିଳେ ରାହା ।

ଅଜାଚିତ ପ୍ରେମ ମାଆ କରେ ଦାନ

ମନରେ ନଥାଏ ଦ୍ୱନ୍ଦ

ନିଆରା ସମ୍ପର୍କ କରେନା ବିତର୍କ

ଜାଣେନାହିଁ ସିଏ ଛନ୍ଦ ।

ଦୁଃଖର ସୁଖର ନିଆରା ମଣିଷ

ମଙ୍ଗଳ କାମନା କରେ

ଵାରମାସେ ତେର ପାଳେ ସେ ବରତ

ଉପବାସେ ଦିନ ସରେ ।

ମାଆ ଗର୍ଭଧାରୀ ବ୍ରତ ଉପଚାରୀ

ସନ୍ତାନର ସୁଖ ଚାହେଁ

ଉଦାର ହୃଦୟ ସତରେ ବିସ୍ମୟ

ନିଜପାଇଁ କିନ୍ତୁ ନୁହେଁ ।

ଆତ୍ମୀୟ ସ୍ଵଜନ ଦିଅନ୍ତି କଷଣ

ମାଆ ତୁଣ୍ଡ ଖୋଲେ ନାହିଁ

ସନ୍ତାନର ସୁଖ ତା’ ପାଇଁ ଶ୍ରେଷ୍ଟ

ଆଉ କିଛି ଲୋଡା ନାହିଁ ! !

ସଦା ହସମୁଖ ହୃଦୟରେ ଦୁଃଖ

କହେନାହିଁ କାହା ପାଶେ

ସୁନାର ସଂସାର ତା'ର ସ୍ୱର୍ଗପୁର

ଶୁଏ ନାହିଁ କେବେ ରୋଷେ ।

ସନ୍ତାନ ସନ୍ତତି ତା’ ନେତ୍ରର ଜ୍ୟୋତି

ଭୁଲି ସେ ପାରେନା କେବେ

ଥିଲେ ଯେତେ ଦୂରେ ସଦା ସିଏ ଝୁରେ

ପ୍ରଶଂସାରେ ସିଏ ରବେ ।

ମାଆ ଚିହ୍ନେ ପେଟ ଏ ନିରାଟ ସତ୍ୟ

ବାହାନା ସେ'ଶୁଣେ ନାହିଁ

ଅନ୍ନର ପସରା ମାଆ ଦିଏ ପରା

ଉପଵାସେ ଥାଏ ରହି ।

ଜନ୍ମ ଜନ୍ମାନ୍ତର ମାଆର ଆଦର

ପାରିବନି ସୁଜି ଋଣ

ଏ ସୃଷ୍ଟିର ମହକ ମାଆର କୁହୁକ

ସ୍ନେହର ଅଙ୍କୁର ଜାଣ ।


Rate this content
Log in

Similar oriya poem from Inspirational