Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Leena Pani

Inspirational

4.0  

Leena Pani

Inspirational

ମାଆ ଓ ନାରୀ

ମାଆ ଓ ନାରୀ

1 min
392


ନାରୀ ଓ ମାଆ ଭିତରେ ଥିବା ଅନ୍ତର

ତାହା ଥିଲା ଯୁଗଯୁଗର

ନାରୀ କେବଳ ଦେଖେ ନିଜର ଅସ୍ତିତ୍ଵ କୁ

ଆଉ ମାଆ ଦେଖେ ପୁରା ପରିବାର ର ଭିତ୍ତି କୁ ।

ନାରୀ ତାର ଆକାଂକ୍ଷା କୁ ନେଇ

ଆଗକୁ ଅଗ୍ରସର ହୁଏ

ମାଆ ତାର ସମସ୍ତ ଆକାଂକ୍ଷା କୁ ଦବାଇ

ପରିବାର ପାଇଁ ସମର୍ପିତ ହୋଇଯାଏ ।

ନାରୀ ସମାଜ ର ଦର୍ପଣ ହୋଇ

ଠିଆ ହୋଇରହିଥାଏ

ମାଆ ତାର ପ୍ରତିଛବି କୁ ଦେଖିବାକୁ

ସମୟ ନଥାଏ ।

ନାରୀ କେବେକେବେ ଦୁର୍ଗା ରୂପ ନେବାପାଇଁ

ବାଧ୍ଯ ହୋଇଥାଏ

ସମାଜର ସମସ୍ତ ମହିଷାସୁର ରୂପୀ

ଦାନବର ଦମନ ପାଇଁ ଦୁର୍ଗତି ନାସିନୀ ବନିଥାଏ ।

କିନ୍ତୁ ମାଆ ପାର୍ବତୀ ହୋଇ

ସର୍ବଦା ପରିବାର ସାଥିରେ ଠିଆହୋଇଥାଏ ।

ସ୍ଵାମୀ ର ଅପମାନ କୁ

ସହି ନପାରି ନିଜକୁ ବିସର୍ଜନ କରିଦିଏ ।

ନାରୀ ଓ ମାଆ ର ଅନ୍ତର ଯୁଗଯୁଗର

କିନ୍ତୁ ସେ ପରିପୁରକ ପରସ୍ପରର ।


Rate this content
Log in

Similar oriya poem from Inspirational