STORYMIRROR

Sabita Nayak

Inspirational

4  

Sabita Nayak

Inspirational

ଶବ୍ଦ

ଶବ୍ଦ

1 min
1.0K

ମାତ୍ର ଗୋଟିଏ ଶବ୍ଦ

ବଦଳାଇପାରେ ଜଣଙ୍କର ଇତିହାସ

ଧ୍ବଂସକରିପାରେ ସବୁକିଛି

ଆଟମ୍ ବମ୍ ପରି।


ହଁ ଶବ୍ଦ

ତୁମର ଗୋଟିଏ ଶବ୍ଦ

ଟାଣିଆଣିପାରେ ମୃତ୍ୟୁଲୋକରୁ

ନୂତନ ସ୍ବପ୍ନ ବୁଣିଦିଏ ମନରେ

ସଞ୍ଜିବନି ପରି।


ହଁ ଶବ୍ଦ

ତୁମର କିଛି ଶବ୍ଦ

କବିତାହୁଏ,ଗଳ୍ପହୁଏ,ଉପନ୍ୟାସ ହୁଏ

ଭାବପ୍ରବଣତାକୁ ରୂପଦେଲେ

କଲମ ମୁନରେ।


ହଁ ଶବ୍ଦ

ତୁମର କିଛି ଶବ୍ଦ

ମୋ ସ୍ବପ୍ନ ସହ ଖେଳେ

ଗୁଡେଇ ତୁଡେଇ ଅନେକ ପ୍ରଶ୍ନଉତ୍ତର

ଛନ୍ଦିହୋଇପଡେ ବୁଢୀଆଣି ଜାଲପରି

ମୋର ପ୍ରତିଟି ଭାବନାରେ।


ହଁ ଶବ୍ଦ

କିଛି ଶବ୍ଦ କୁହ

ଯାହା ମୋତେ ବଞ୍ଚିବାକୁ ଦେବ

ନିର୍ଦ୍ବନ୍ଦରେ,ନିଃସନ୍ଦେହରେ

ନିଃଶ୍ବାସ ନେବାକୁ ଦେବ

ବିନା ବାଧାରେ ଶାନ୍ତିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational