STORYMIRROR

Satyabati Swain

Inspirational Others

4  

Satyabati Swain

Inspirational Others

ମୋ ପାଇଁ ଲୋଡ଼ା

ମୋ ପାଇଁ ଲୋଡ଼ା

1 min
216

ଚାହୁଁଛି ମୁହିଁ ସେଇ ସରଗ

ଯହିଁ ସ୍ୱାଧୀନ ସୂର୍ଯ୍ୟ ଉଏଁ

ଶୋଷଣ ଧର୍ଷଣ କଷଣ ମୁକ୍ତ

ନିର୍ଭୟ ସୁସ୍ଥ ସମାଜଟିଏ।


ଘର ଏରୁଣ୍ଡି ଭିତରେ ମୋତେ

ଭୋଗର ସାମଗ୍ରୀ ପରି

ଖୁଣ୍ଟରେ ଗାଈ ପରାଏ ବାନ୍ଧି

ନ ରଖରେ ପଶୁଙ୍କ ଭଳି।


ଶିକ୍ଷା ସଂସ୍କାର ଆଲୋକେ ଦେଇ

ସ୍ୱାବଲମ୍ବୀଟେ କର

ବୋଝ ମୁଁ ନୁହେଁ ଜୀବନେ ତୁମ

ହସ ଖୁସି ବୋଲି ଭାଳ।


ଫାଇଲି ତଳେ ନ ରହୁ କିଛି

ମୋର ମଙ୍ଗଳ କାମ

ବାସ୍ତବ ସ୍ପର୍ଶ ଦେଇ ମୋ ଦେହେ

ଦିଅ ଗୋଟିଏ ନାମ।


ବେଟି ବଢାଓ ବେଟି ବଞ୍ଚାଓ

ତୁଚ୍ଛା ସ୍ଲୋଗାନ ନ ହେଉ

କହିବା କଥା କାମରେ କରିବା

ମୂଳମନ୍ତ୍ର ସଭିଙ୍କ ହେଉ।


ନାରୀ ସଶକ୍ତି ନାରୀ ମୁକତି

ଫମ୍ପା ମାଠିଆ ଶବ୍ଦ

ଦେଉଛି ଯିଏ ସେଇ କରଇ

ନନା ଆଳେ ମୋତେ ବଧ।


ସୁସ୍ଥ ସୁରକ୍ଷିତ ପୃଥିବୀଟିଏ

ଆଜି ଲୋଡ଼ା ମୋ ପାଇଁ

ଯେଉଁଠି ବଢି ସୁନାଗରିକଟିଏ

ହୋଇ ପାରିବି ମୁହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational