STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ପହିଲି ଭୋଗ

ପହିଲି ଭୋଗ

1 min
345

ଶ୍ରୀମନ୍ଦିରେ ଚତୁର୍ଦ୍ଧାମୂର୍ତ୍ତିରେ ମହାପ୍ରଭୁ

  ଦାରୁବ୍ରହ୍ମ ରୂପରେ 

ମାନବୀୟ ଲୀଳା କରିଣ ପ୍ରକଟ ପର୍ବ-

   ପର୍ବାଣୀ ମାଧ୍ୟମରେ 

  ପହିଲି ଭୋଗ ନୀଳକନ୍ଦରରେ

ଧନୁ ସଂକ୍ରାନ୍ତିରୁ ମକର ପର୍ଯ୍ୟନ୍ତ ଶୀତେ

  ପ୍ରଭୁ ପୁଣି ପ୍ରଭାତରେ । (୧)


କେବେ ବୀର ଭାବ କେବେ ପ୍ରେମ ଭାବ

କେବେ ସେ ପୁତ୍ର ଭାବ 

ପୌଷ ମାସ ହେତୁ ମାଆ ମହାଲକ୍ଷ୍ମୀ

ପିତୃ ଆଳୟେ ଯେ ଗସ୍ତ 

ଭୋକ ଶୋଷରେ ଜନନୀ

ମହାଆନନ୍ଦରେ ନାନାଦି ବ୍ୟଞ୍ଜନେ

ମହାପ୍ରଭୁ ହୁଅନ୍ତି ତୋଷ ।



ରାତ୍ର ଦୁଇଘଡି ଥାଉ ମଙ୍ଗଳ ଆଳତୀ

ପ୍ରଭୁଙ୍କର ହୁଏ ଶେଷ 

ଗହମ ବିରିରେ ଗରମ ଗରମ ଦିଅନ୍ତି

ମହାସୁଆର ସେବକ 

ଘୃତ ପାକ ଖାଦ୍ୟ ସର୍ବ

ବଡବଡା  ଝିଲ୍ଲୀ ଆମ୍ବାଲୁ ଏମିତି

ଅଠେଇଶି ପ୍ରକାର ଭୋଗ ।



ବାତ୍ସଲ୍ୟ ଲୀନାର ନିଦର୍ଶନ ଅଟେ

ପହିଲି ଭୋଗର ନୀତି 

ପାରମ୍ପରିକ ରୀତିରେ ଧନୁ ସଂକ୍ରାନ୍ତି

ଠାରୁ ମକର ସଂକ୍ରାନ୍ତି 

ଗୋପାଳ ବଲ୍ଲଭ ଭୋଗ ସହିତ

ପ୍ରଭାତରୁ ମହାପ୍ରଭୁଙ୍କ ପହିଲି

ଭୋଗ ଧୂପ ରୀତିନୀତି।



ମାତା ଯଶୋମତି ପୁତ୍ର ପ୍ରେମେ ବନ୍ଦୀ

ବହୁବିଧ ଖାଦ୍ୟ କରି 

ଆଦର ଯତ୍ନରେ ସୁଷମ ସ୍ୱାଦିଷ୍ଟ

ଆହାରରେ ପେଟ ଭରି 

ଖ୍ରୀଷ୍ଟିୟ ଷୋଡଣ ଶତାବ୍ଦୀରୁ

ପହିଲି ଭୋଗ ପରମ୍ପରା ଅଛି ଯେ

ମହାପ୍ରଭୁଙ୍କୁ ତ ସ୍ମରି ।



କ୍ଷୁଧା ତୃଷାର୍ତ୍ତ ଜନନୀ ସ୍ମରନ୍ତି

ନାହିଁ ତ ନିର୍ଦ୍ଦିଷ୍ଟ ମାଦଳା ପାଞ୍ଜିରେ 

ବାମଦେବ ସଂହିତାରେ

ସ୍କନ୍ଦ ପୁରାଣ କି ନୀଳାଦ୍ରୀ ମହୋଦୟ 

ଆଦ କୌଣସି ଗ୍ରନ୍ଥରେ

ପୂଜା ପଞ୍ଚ ଉପଚାରରେ  

ଲୀଳାମୟ ହରି ଭୋଜନ କରନ୍ତି

ତୋଷ ପହିଲି ଭୋଗରେ ।



Rate this content
Log in

Similar oriya poem from Inspirational