Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ବିଜେ ଆଖଣ୍ଡଳମଣି

ବିଜେ ଆଖଣ୍ଡଳମଣି

1 min
241


କଳିଯୁଗେ ତେଜି କୈଳାଶ କନ୍ଦର l

ଉତ୍କଳରେ ବିଜେ ଆଖଣ୍ଡଳେଶ୍ୱର ll


ବୈତରଣୀ ସ୍ରୋତ ବହେ ଝର ଝର l

ତା ମଧ୍ୟେ ମିଶିଛି ସାଳନ୍ଦୀର ଧାର ll


ପୁଣ୍ୟ ଧାରା କୁଳେ ପ୍ରଭୁ ଶୂଳପାଣି l

ବସିଛନ୍ତି ବାବା ଭକ୍ତ ମନ ଜାଣି ll


' ଆ ' ରଡ଼ି କରି ଡାକନ୍ତି ଭକତେ l

ଦୁଃଖହର ବାବା ଏ ସାରା ଜଗତେ ll


ଘର୍ଷଣ ତାଙ୍କର ସାକ୍ଷାତ ଅମୃତ l

ବିନ୍ଦୁ ମାତ୍ର ପାଇ ଭକ୍ତ କୃତ୍ୟକୃତ୍ୟ ll


ଧଣ୍ଡା ଅଟେ ତାଙ୍କ ସର୍ବବ୍ୟାଧି ହର l

ଆଖଣ୍ଡଳମଣି ସ୍ୱୟମ୍ଭୁ ଶଙ୍କର ll


ତଳଦିଗେ ପୂର୍ବଭାଗେ ଏ ଉତ୍କଳେ l

ଆରଡ଼ି ଗ୍ରାମରେ ବିଜେ ଆଖଣ୍ଡଳେ ll


ଆଶୁତୋଷ ମଣି ନାମେ ତାଙ୍କ ପୂଜା l

ଉତ୍ତୁଙ୍ଗ ଦେଉଳେ ଉଡ଼ୁଅଛି ଧ୍ଵଜା ll


ଅରଖ ଗୟସ କେତକୀ ଦୁଦୁରା l

ପୂଜାଫୁଲ ତାଙ୍କ ଅତି ପ୍ରୀୟ ପରା ll


ହଳାହଳ ବିଷ ଭକ୍ଷି ନୀଳକଣ୍ଠ l

ସଂସାରରୁ ହର ବିଷମୟ କଷ୍ଟ ll


ଜୟ ଆଶୁତୋଷ ହେ ପାର୍ବତୀବର l

ତଵପଦେ କରେ କୋଟି ନମସ୍କାର ll



Rate this content
Log in

Similar oriya poem from Inspirational