Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପଲ୍ଲୀକବି ନନ୍ଦକିଶୋର ବଳ

ପଲ୍ଲୀକବି ନନ୍ଦକିଶୋର ବଳ

1 min
411


ବରଷା ହେଉଛି ବତାସି ବହୁଛି 

ପଡ଼ିଛି ନରମ ଖରା

ବିଲୁଆ ପୁଅର ବାହାଘର ଆଜି 

ବାଜୁଛି ଯୋଡ଼ି ନାଗରା l


ସୂରୁଜ ଦେବତା ବୁଡ଼ି ଯାଉଛନ୍ତି ବୁଣି 

ଡାହାଣିଆ ଖରା

ଆହା କି ସୁନ୍ଦର ଉଡ଼ି ଯାଉଛନ୍ତି 

ଆକାଶରେ ଯୋଡ଼ି ପାରା l


ଉଞ୍ଚ ପରବତ କୁଞ୍ଚି କୁଞ୍ଚିକା ଲୋ 

କଇଞ୍ଚି କାକୁଡ଼ି ପିତା

ଷାଠିଏ ଟଙ୍କାର ବଳଦ ମଲା ଛ

ବୋହୁଙ୍କ ଛଅ ଦୁହିତା l


ଟୁପୁରୁ ଟାପୁରୁ ମେଘ ବରଷିଲା 

କାଙ୍କଣ ମାରିଲା ଗଜା

କେଉଁ ରାଇଜରୁ ଅଇଲେ ରଜା ଲୋ 

ମହୁରୀ ଟମକ ବଜା l


ରାତି ହୋଇଲାଣି ଶୁଅ ଧନମଣି 

ଧୋଓରେ ବାଇଆ ଧୋଓ

କିଆ ବୁଦାମୂଳେ ବିଲୁଆ ଡାକିଲେ 

ହୁକେ ହୋ ହୁକେ ହୋ l


ତାଳ ବାହୁଙ୍ଗାରେ ବାଇଆ ବସାଲୋ 

ବତାସରେ ଝୁଲୁ ଥାଇ

ବୟା ଵାୟାବଧୂ ଦୋଳି ଖେଳୁଛନ୍ତି 

କିଛି ଯାଏ ଆସେ ନାହିଁ l


କୁଁ କୁଁ କୁଁ କେନ୍ଦରା ବାଜୁଛି ଭିକ 

ମାଗୁ ଅଛି ନାଥ

ନୀଳାଦ୍ରୀ ଶିଖରେ କଳିର ଠାକୁର 

ବିଜେ ପ୍ରଭୁ ଜଗନ୍ନାଥ l


ପଲ୍ଲୀର ବାରତା ପଲ୍ଲୀ ବଲ୍ଲି କଥା 

ରଚି ଗ୍ରାମ୍ୟ ଗୀତ ଛନ୍ଦ

କେଡ଼େ ଛନ୍ଦ ଜାଣେ କିଶୋର ନନ୍ଦ ଲୋ 

ଗୀତରେ ବନ୍ଦେ ଗୋବିନ୍ଦ l


ଜନମ ଦିନରେ ଘେନ ଶ୍ରଦ୍ଧାଞ୍ଜଳି ବଳେ 

ହେ ନନ୍ଦ କିଶୋର

ପଲ୍ଲୀ କବି ତୁମେ ମଲ୍ଲି ଫୁଲ ପରି 

ଭରିଛ ବାଣୀ ଭଣ୍ଡାର l


ସାହିତ୍ୟ ଆକାଶେ ଧ୍ରୁବ ତାରା ବାବୁ 

ଉତ୍କଳର ଯୋଗ୍ୟ ସୁତ

ପଲ୍ଲୀ ଚିତ୍ର ଆମ ମାନସ ପଟରୁ 

ହୋଇବ ନାହିଁ ବିସ୍ମୃତ ।


Rate this content
Log in

Similar oriya poem from Inspirational