Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

କପଟି କାଳିଆ

କପଟି କାଳିଆ

1 min
338


ଶ୍ରୀକ୍ଷେତ୍ରରେ ଏବେ ଚହଳ ପଡ଼ିଛି 

ପ୍ରଭୁ ନୀଳାଦ୍ରି କେଶରୀ l

ପଠାଇ ଦେଇଛି କୁଟ କପଟିଆ 

ଲକ୍ଷ୍ମୀଙ୍କୁ ବରୁଣ ପୁରୀ ll


ଆନନ୍ଦରେ ଲକ୍ଷ୍ମୀ ଯାଇଛନ୍ତି ଚାଲି 

ଘେନି ଦାସୀ ପରିବାରି l

ଆଜ୍ଞା ଦେଲେ ବଡ଼ ଠାକୁର ସୁଭଦ୍ରା 

ହସୁଥାନ୍ତି କିରି କିରି ll


ବଡ଼ ଖିଆ ପ୍ରଭୁ ଖାଇବେ ଏଥର 

ମାଆ ହାତ ରନ୍ଧା ଭାତ l

କେତେ ଖିରିପୁରି ପିଠା ତରକାରୀ 

ସର ଲବଣୀ ନବାତ ll


ଗୋପପୁରୁ ଆସି ପହଞ୍ଚି ଗଲେଣି 

ଦ୍ୱାପର ଯଶୋଦା ମାଆ l

ଉଠାଇ ଭୁଞ୍ଜାନ୍ତି ପ୍ରଭୁ ଚକ୍ରପାଣି 

କୁଆ ନ ରାବୁଣୁ କାଆ ll


ପ୍ରଭାତରୁ ଡାକ ଉଠ ବାବୁ ଆରେ 

ଦୁଃଖୀଧନ ନୀଳମଣି l

ମୂଖ ଧୁଅ ବାବୁ ସଜାଇ ରଖିଛି 

ଚନ୍ଦନ ଚୁଆର ପାଣି ll


ଦୁଆରେ ଡାକନ୍ତି ଶ୍ରୀଦାମ ସୁବଳ 

ଉଠ ଉଠ ବେଗ କରି l

ଗୋଟିକା ଅଧାମ ଭୁଞ୍ଜାଇ ଦେବି ମୁଁ 

ଚରାଇ ଯିବ ବାଛୁରୀ ll


ବାତ୍ସଲ୍ୟର ଲୀଳା କରନ୍ତି ଠାକୁରେ 

ପ୍ରଭୁ ଜଗତର ନାହା l

ପୁଅର ପେଟକୁ ଚିହ୍ନି ଥାଏ ସିନା 

ସ୍ନେହମୟୀ ସେହି ମାଆ ll


ସରିଯାଏ ଦିନେ ବାଲ୍ୟ ଲୀଳା ଖେଳା 

କଥା ରହିଥାଏ ମନେ l

ଦ୍ୱାପରରେ ସ୍ନେହ ଡୋରେ ବାନ୍ଧିଥିଲେ 

ଯଶୋମତୀ ଶ୍ୟାମଘନେ ll


ମକର ସଂକ୍ରାନ୍ତି ପାଖେଇ ଆସୁଛି 

ମଜା ମାରି ଖଜା ଖାଅ l

ହରି ଛଡ଼ାଇବେ ଫେରି ଆସି ମାଆ 

ରୁହ ହେ ଗଉଡ଼ ପୁଅ ll


ଦୁଇପଦ କଥା ଲେଖିଲି ଠାକୁରେ 

ଅପୂର୍ଵ ଲୀଳାକୁ ଭାଳି l

ରୋଷ ନ କରିବୁ ଗୋବର୍ଦ୍ଧନ ଟେକା 

ଜଗବନ୍ଧୁ ବନମାଳୀ ll



Rate this content
Log in

Similar oriya poem from Inspirational