Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ନମାମି ନମାମି ପ୍ରଭୁ

ନମାମି ନମାମି ପ୍ରଭୁ

1 min
158



ଜୟ ଜୟ ଜଗନ୍ନାଥ ସିନ୍ଧୁସୂତା ପତି

ନୀଳାଚଳଧାମେ ପ୍ରଭୁ କରିଲ ବସତି l

ଦିବ୍ୟଦାରୁକଳେବର ଲୀଳାମୟହରି

ସୁନ୍ଦରମୂରତି ଭାଇଭଗ୍ନୀ ସଙ୍ଗେ ଧରି l

ପାଶେତବ ବିଜେ ଚକ୍ରରାଜସୁଦର୍ଶନ

ଶଙ୍ଖଚକ୍ର ଗଦାପଦ୍ମ ହସ୍ତ ଶୋଭାବନ l

ସୁନ୍ଦରଦେଉଳ ପ୍ରଭୋ ନୀଳସିନ୍ଧୁତଟ

ପାଶେବିଜେ କଳ୍ପଜୀବିଦ୍ରୁମ କଳ୍ପବଟ l

ସର୍ବତୀର୍ଥମୟୀ ତବ ଧାମ ନୀଳାଚଳ

ସର୍ବତୀର୍ଥ ଦେବଦେବୀ ଯହିଁଛନ୍ତିଠୁଳ l

ମୁକ୍ତି ମଣ୍ଡପରେ ତବ ବିସିଛନ୍ତି ବିପ୍ରେ

ସ୍ପର୍ଶମାତ୍ର ଦୁରିତ ପଳାଇଯାଏ କ୍ଷିପ୍ରେ l

ବାଇଶିପାବଚ୍ଛ ତବ ପାବନସୁଶ୍ରେଣୀ

ସରଗକୁ ବାଟ ସ୍ଵର୍ଗ ଦ୍ୱାରର ମଶାଣି ll

ଉତ୍କଳ ସମ୍ରାଟ ବିଶ୍ଵ ରାଟ ରମାକାନ୍ତ

ପତିତପାବନ ନାମ ନୀଳଚକ୍ର ନେତ l

ଆନନ୍ଦବଜାରେ ତବ ବିକାହୁଏ ଭାତ

ପ୍ରାପ୍ତମାତ୍ର ଭକ୍ଷଅଟେ ସାକ୍ଷାତଅମୃତ l

ରଥଯାତରା ତୁମ୍ଭର ମନଲୋଭା ଅତି

ଲୋକାରଣ୍ୟ ବଡ଼ଦାଣ୍ଡ ଭିଡ଼ ଭକ୍ତପନ୍ତି

ପରମପାବନ କ୍ଷେତ୍ର କୈବଲ୍ୟଦାୟକ l

ନମାମି ନମାମି ପ୍ରଭୁ ଶ୍ରୀକ୍ଷେତ୍ର ନାୟକ ll

          


Rate this content
Log in

Similar oriya poem from Inspirational