ସୁନା ସଂସାର
ସୁନା ସଂସାର
ସୁନା ସଂସାର
ସୁରେଶ ଚନ୍ଦ୍ର ପାଢୀ
ସୁନା ର ଠାକୁର ମୋର
ଚାଲୁ ସୁନା ସଂସାର
ତୋ ବିନା କିଏ ଆଉ
ମୋହର ଏତେ ନିଜର
ତୁହି ମୋର ପିତା ମାତା
ତୁହି ମୋର ସହୋଦର
ଜୀବନ ପଥରେ ସାଥି ହେବୁ
ଧରି ଥିବି ହାତ ତୋର
ଦୁନିଆ ରେ ସବୁ ମିଛ ମାୟା
ତୁହି ସତ କଳା ଠାକୁର
ତୁହରି ନାମ କୁ ତୁଣ୍ଡ ରେ ଧରିବି
ସୁଖେ ଥାଉ ସୁନାର ସଂସାର
ତୋହରି ମୂରତି ଦେଖି ଦିନ
ବିତାଇ ଦେବି ମୋହର
ପାପ ପୂଣ୍ୟ ର କର୍ମ ନିକିତିକୁ
ଦେଖି ଫଳ ଦେବୁ ମୋହର
ଜନ୍ମ ସାଥେ ମରଣ ହେବ
କ୍ଷଣ ଭଙ୍ଗୁର ଏଇ ଶରୀର
ତୋହି ମୋର ସାଥିରେ ଥିଲେ
ଗଢ଼ିବି ମୁହିଁ ମୋ ସୁନା ସଂସାର ।