Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

4  

Prabhas Kumar mohapatra

Inspirational

ଅନ୍ତିମ ବିଶ୍ୱାସ

ଅନ୍ତିମ ବିଶ୍ୱାସ

1 min
290



ଅନ୍ତିମ ବିଶ୍ୱାସ ଶେଷ ହେଲା ଆଜି

ଦୁନିଆଁ କୁ ମୁହିଁ ଦେଖି

ଆଦର୍ଶ ବି ଆଜି ମିଛ ହେଲେ ମୋର

ବିଶ୍ୱାସ ହାରିଲି ଦେଖି l


ମିଛ ମାୟା ଇଏ ମିଛର ସଂସାର

ମିଛ ଏଠି ସବୁ ଭାଇ

ପରଖି ଆଜିମୁଁ ସଭିଙ୍କୁ ଦେଖିଲି

ବହୁରୂପୀ ସବୁ ଭାଇ l


କୋଷଟି ପଥରେ ଘଷିଲି ସଭିଙ୍କୁ 

କିଏ ବେଙ୍ଗୀ କିଏ ସୁନା

କିଏ ଆପଣାର ପର ଏଠି ମୋର

କଥା ଦେଇ କଲେ ଚୁନା l


ଭାଇ, ଭଗ୍ନୀ, ଜ୍ୟେଷ୍ଠ, ଦେଖିଲି ମୁଁହିତ

କହୁଥିଲେ ସର୍ବେ ମୋର

ସତରେ ଆଜିମୁଁ ପରଖି ଦେଖିଲି

କିଏବା ମୋର ନିଜର l


ଉପରେ ଦେଖିଲି ମିଠା କଥା କେତେ

ଦେଖିଲି ପଛର ରୂପ

ସଭିଙ୍କୁ ଆଜିମୁଁ ପରଖି ଦେଖିଲି

ସଭିଙ୍କ ଅସଲ ରୂପ l


ବିଶ୍ୱାସ ହାରିଲି ସଭିଙ୍କୁ ଦେଖିଲି

ଦେଖିଲି ମିଛ ଦୁନିଆଁ

କିଏ ଏଠି ମୋର କହିବି ନିଜର

ଲାଗେ ମିଛ ଏ ଦୁନିଆଁ l


Rate this content
Log in

Similar oriya poem from Inspirational