Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational Others

4  

Jagannath Barik

Inspirational Others

ସମ୍ବାଦ ସାହିତ୍ୟ ଘର

ସମ୍ବାଦ ସାହିତ୍ୟ ଘର

1 min
355


ସମ୍ବାଦ ସାହିତ୍ୟ ଘର ଯାହାର ସର୍ଜନା

ସଂଶୟ ନାହିଁ ହଟିବ ଭାଷାର ବେଦନା |

ବାଗ୍ଦେବୀ ଯୋଗ୍ୟ କୁମର ହେ ସୌମ୍ୟରଞ୍ଜନ

ବାସେ ତଵ ସଉରଭ ଉତ୍କଳ ଭୁବନ |

ଦଗ୍ଧୀଭୂତ ଭାଷା ମୁକ୍ତିକାମୀ ଭଗୀରଥ

ଦମ୍ଭ କଲ ଭାଷା ବଳ ବାହି ଗଙ୍ଗା ସ୍ରୋତ |

ସାରସ୍ୱତ ସମ୍ବାଦ ସାହିତ୍ୟ ଘର ଗଢ଼ି

ସାଜି କର୍ଣ୍ଣଧାର ଫୁଟାଇଲ ଭାଷା କଢ଼ି |

ହିତ କ୍ଷରେ ଅକ୍ଷରୁ ଯା' ବୋଲାଏ ସାହିତ୍ୟ

ହିତାର୍ଥେ ସାହିତ୍ୟ ଘର ସ୍ୱରଟି ଶାଣିତ |

ତ୍ୟକ୍ତ କରି ବ୍ୟକ୍ତିଗତ ସ୍ୱାର୍ଥ ଅଭିଳାଷ

ତ୍ୟକ୍ତ କଲ ବୈଷୟିକ ବାସନା ବିଳାସ |

ଘରେ ଘରେ ସାହିତ୍ୟର ହେଲା ଉପାସନା

ଘରବୁଡ଼ାଙ୍କର ବୁଦ୍ଧି ହୋଇଗଲା ବଣା |

ରତ୍ନଗର୍ଭା ଉତ୍କଳର ତୁମ୍ଭେ ରତ୍ନାକର

ରବିତଳେ ତବ ନାମ ରହିବ ଅମର |



Rate this content
Log in

Similar oriya poem from Inspirational